ଆପ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଆମ ଆଦମୀ ପାର୍ଟି ସଭାପତି ତଥା ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ଯାଦବ ଭବନଠାରୁ ଏକ ବିରାଟ ପଦଯାତ୍ରା ଆସି ଜିଲ୍ଲାପାଳ ଅଫିସ ସାମ୍ନା ସ୍ଥିତ ଆମ୍ବେଦକରଙ୍କ ଷ୍ଟେଚ୍ୟୁରେ ପୁଷ୍ପମାଲ୍ୟ ଅର୍ପଣ କରି ଅନେକ ଗୁଡିଏ ଦାବି ମଧ୍ୟରୁ ୬ଟି ପ୍ରମୁଖ ଦାବି ତୁରନ୍ତ ପୂରଣ କରାଯିବା ନେଇ ଜିଲ୍ଲାପାଳ ଅଫିସରେ ଧସେଇ ପଶିଲା । ଆପ ନେତା ଶ୍ରୀ ପାଣ୍ଡେ କହିଲେ ରାଜ୍ୟ ସରକାର, ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନଙ୍କ ଅପରାଗତା ଯୋଗୁଁ ଜିଲ୍ଲାର ଚାଷୀ, ଜନସାଧାରଣ ଜନତା ଅସୁବିଧା ଭୋଗୁଛନ୍ତି । ଆପ ପକ୍ଷରୁ କରାଯାଇଥିବା ଦାବି ଗୁଡିକ ହେଲା ଧାନମଣ୍ଡି ତୁରନ୍ତ ଖୋଲାଯାଉ ଏବଂ ଜିରୋ କଟଣି ଛଟଣିରେ ଧାନ କିଣାଯାଉ, ଜଣେ ଚାଷୀ ନିର୍ଦ୍ଧାରିତ ମାତ୍ରାରୁ ଅଧିକ ଧାନ ବିକ୍ରି ହେଲେ ରାସନ କାର୍ଡରୁ ତାଙ୍କୁ ବଂଚିତ କରିବା ପାଇଁ ସରକାରଙ୍କ ଯୋଜନା ଶୀଘ୍ର ବନ୍ଦ କରାଯାଉ । ବଲାଙ୍ଗିରର ଭାତ ହାଣ୍ଡି କୁହାଯାଉଥିବା ଦେଓଗାଁ ଚିନିକଳ ତୁରନ୍ତ ଖୋଲାଯାଉ, ଖାଲି କାଗଜ ପତ୍ରରେ ସୀମିତ ନ ରଖାଯାଉ । ବଲାଙ୍ଗିର ଜିଲ୍ଲାରେ ପୋଲିସ କ୍ରାଇମ ରୋକିବାରେ ବିଫଳ, ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ଦିନ ବଢୁଥିବା କ୍ରାଇମ ଉପରେ କଡା ପଦକ୍ଷେପ ନିଆଯାଉ । ବଲାଙ୍ଗିର ଜିଲ୍ଲାରେ ବାରମ୍ବାର ଦାଦନ ସମସ୍ୟା ବଢି ଚାଲିଛି ଏବଂ ମୃତ ଶରୀର ବଲାଙ୍ଗିର ଫେରୁଛି ସେ ଉପରେ କାର୍ଯ୍ୟନୁଷ୍ଠାନ କେବେ ହେବ ତାର ଜବାବ ଦିଆଯାଉ, ବଲାଙ୍ଗିର ଜିଲ୍ଲାର ଭୀମଭୋଇ ମେଡିକାଲ ଅବସ୍ଥା ଚରମ ସୀମାରେ ଡକ୍ଟର, ପ୍ରଫେସର, ମେଡିକାଲ ଷ୍ଟାଫ୍‌ ଆବଶ୍ୟକ ହିସାବରେ ନାହିଁ ତୁରନ୍ତ ଆବଶ୍ୟକ ପୋଷ୍ଟ ଭର୍ତ୍ତି କରାଯାଉ ଏବଂ ବଲାଙ୍ଗିର ଶିଶୁ ୱାର୍ଡ ସାମ୍ନାରେ ୧୦ ଟଙ୍କା ଲେଖାଏଁ ମୋଟର ସାଇକଲ ଷ୍ଟାଣ୍ଡ ଚାର୍ଜ ନେଇ ଜନତାକୁ ଲୁଟା ଯାଉଛି ଏ ଉପରେ କାର୍ଯ୍ୟାନୁଷ୍ଠାନ ନେବେ । ବଲାଙ୍ଗିର ଜିଲ୍ଲାର ଟ୍ରାଫିକ ସମସ୍ୟା ଚରମ ସୀମାରେ । ପ୍ରତ୍ୟେକ ଦିନ ଜନ ସାଧାରଣଙ୍କ ଦୁର୍ଘଟଣା ଘଟୁଛି । ଟ୍ରାଫିକ ସମସ୍ୟାର ସମାଧାନ ତୁରନ୍ତ କରାଯାଉ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଆପର ଟିଟିଲାଗଡ ସଭାପତି, ଆପ କଣ୍ଟାବାଞ୍ଜି ସମ୍ପାଦକ ଦୋଳମଣି ମହତ, ଲୋଇସିଂହା ଯୁଗ୍ମ ସଂପାଦକ ପଙ୍କଜ ସାହୁ, ବଲାଙ୍ଗିର ୟୁଥ ବିଙ୍ଗ ରମାକାନ୍ତ ବେହେରା, ସମ୍ରାଟ କିଶୋର ଭୋଇ, ଅନ୍ତର୍ଯ୍ୟାମି ସାହୁ, ସଦାଶିବ ମେହେର, କାହ୍ନୁ କରଣ, ଅମନ ମହାପାତ୍ର, ଟିକେଶ୍ୱର ଭୋଇ, ନିରଞ୍ଜର ଭୋଇ, ବାଳକୃଷ୍ଣ ନାଏକ, ସୁନ୍ଦରାଏ, ବଚ୍ଛ ଏବଂ ପାର୍ଟିର କାର୍ଯ୍ୟକର୍ତ୍ତା ଯୋଗଦେଇ ଆନ୍ଦୋଳନକୁ ସଫଳ କରାଇଥିଲେ ।

Leave A Reply

Your email address will not be published.