ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛତ୍ରପୁରଥାନା ଅଧିନସ୍ଥ ଛତ୍ରପୁର ବ୍ଲକ୍ ଗୋଲାପଲ୍ଲୀ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଜଣକ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣାରେ ଛତ୍ରପୁର ଥାନା ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ସୋମବାର ସକାଳୁ ସକାଳୁ ଘଟିଥିବା ଏହି ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣକ ଉପରେ ଆକ୍ରମଣ ହୋଇଥିକ ଖବର ମିଳିଛି । ଆକ୍ରମଣର ଶିକାର ହୋଇଥିବା ଗୋଲାପଲ୍ଲୀ ଗ୍ରାମର କୌଳିକ ଯାଦବ ପରିବାରର କେ. ଲାଛିକା ପାତ୍ର ଏବଂ କେ. ରୁରାତ୍ ପାତ୍ର ଉଭୟଙ୍କ ସମ୍ପକୀୟ ଦାଦା ପୁତୁରା ବୋଲି ସୂଚନେ ମିଳିଛି । ଗୁରତର ଅବସ୍ଥାରେ ସେହି ଦୁଇଜଣଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଛତ୍ରପୁର ହସ୍ପିଟାଲରେ ଚିକିତ୍ସାଧୀନଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ତାଙ୍କ ସହଯୋଗୀ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ (ପିତୁ ବାବୁ) ଆହାତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଗୁରୁତର ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଛି ଦିନ ହେବ ଉକ୍ତଗ୍ରାମରେ ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା ବୋଲି କୁହାଯାଉଛି ।