ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମାଇ ଭାରତ ବଲାଙ୍ଗିର ଓ କପିଳେଶ୍ଵର ଯୁବକ ସଂଘ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ୩ ଦିନିଆ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଜୁରାବନ୍ଧ ଗ୍ରା.ପ ସରପଞ୍ଚ ପ୍ରତିନିଧି ନରେଶ ସଗ୍ରିଆ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ୱାଡ ମେମ୍ବର ରସିକ ପୋଡ଼ , ଖଗିନ୍ଦ୍ର ସଗ୍ରିଆ, ତପି ସଗ୍ରିଆ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଥିଲା । ପ୍ରଥମ ମ୍ୟାଚ୍ ବଡଗମଡା ଓ ତେତେଲପଡା ମଧ୍ୟରେ ହୋଇଥିଲା ଏଥିରେ ବଡଗମଡା ଦଳ ୧-୦ ରେ ବିଜୟୀ ହେଇଥିଲା । ଦ୍ୱିତୀୟ ମ୍ୟାଚ ନାରେନ ଓ ଚାନ୍ଦୋତରା ମଧ୍ୟରେ ହୋଇଥିଲା ଏଥିରେ ନାରେନ ୧-୦ ରେ ବିଜୟୀ ହେଇଥିଲା । ପ୍ରଥମ ସେମିଫାଇନାଲ ବଡଗମଡା ଓ ନାରେନ ମଧ୍ୟରେ ହୋଇଥିଲା ପ୍ଲାଣ୍ଟିକ ସୁଟ ଆଉଟରେ ବଡଗମଡା ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଫୁଟବଲ, ଭଲିବଲ, ଟେନିସ, ୧୦୦ ମି ଦୌଡ, ୨୦୦ ମି ଦୌଡ, ସ୍ଲୋ ସାଇକିଲ ପ୍ରତିଯୋଗିତା ଅନୁଷ୍ଠିତ ହେବ।ସଂଘର ସଭାପତି ଲିଙ୍ଗରାଜ ପୋଡ଼, ସଂପାଦକ ତୁଲାଚନ୍ଦ୍ର ପୋଡ଼, କୋଷାଧ୍ୟକ୍ଷ ରଞ୍ଜନ ଭାଟି ଓ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ରେଫରି ଦୁଷ୍ମନ୍ତ ସାହୁ, ଲାଇନ ମ୍ୟାଚ ଡିସେମ୍ବର ଭୋଇ, ବୁଲୁ ମାଝୀ ଓ ଦୁଷ୍ମନ୍ତ ବେହେରା ଖେଳ ପରିଚାଳନା କରିଥିଲେ ।