ମୁରିବାହାଲରେ ନୂତନ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଟୁନଟୁନି ମୁଣ୍ଡା ଛକଠାରେ ନବ ନିର୍ମିତ ଶ୍ରୀରାମ ମନ୍ଦିର ପ୍ରାଣଙ୍ଗରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ରାଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ଅଞ୍ଚଳର ମୁରିବାହାଲ, ଘଣ୍ଟବାହାଲ, ଯମୁନା, ନୂଆପଡା, ବନବାହାଲ, ଗମ୍ଭାରୀଖୋଲା, ଡ଼ଙ୍ଗରପଡା ଗ୍ରାମର ଅନେକ ଭକ୍ତବୃନ୍ଦ ତଥା ପ୍ରତିଷ୍ଠା ଉତ୍ସବର କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ କରିବା ପାଇଁ ପୂଜକ କାଶୀନାଥ ଦାସ ପ୍ରମୁଖ ଉପସ୍ଥିତ ରହି ଶୁଭଦିନ ନିର୍ଣ୍ଣୟ କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବକୁ ଆସନ୍ତା ରାମ ନବମୀ ତିଥିକୁ ନିର୍ଦ୍ଧାରିତ କରାଗଲା । ଏହି ଅବସରରେ ନାମଯଜ୍ଞ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିଲା । ଏହି ବୈଠକରେ ବିକି ମହାରଣା, ସୁଧାଂଶୁ ପୋଢ଼, ସାନ ସାହୁ, ରାଜୀବ କୁଅଁର, ଉଦିତ କୁମାର କଟା, ଦିବ୍ୟ ସାହୁ, କରନ ଜାଲ ପ୍ରମୁଖଙ୍କ ତତ୍ଵାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.