ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ନଭେମ୍ବର ୧୬ରେ ଭାରତରେ “ଜାତୀୟ ସାମ୍ବାଦିକତା ଦିବସ” ପାଳନ କରାଯାଏ । ଗଣତାନ୍ତ୍ରିକ ସମାଜରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଏହା ଏକ ସ୍ମୃତିଚାରଣ ଦିବସ ଯାହା ଆଲୋକପାତ କରିଥାଏ ଗଣମାଧ୍ୟମର କର୍ତ୍ତବ୍ୟକୁ ସତ୍ୟପାଠରେ ରିପୋର୍ଟ କରିବା, କ୍ଷମତାକୁ ଉତ୍ତରଦାୟୀ କରିବା ଏବଂ ଦେଶରେ ଏକ ସୁଚିନ୍ତିତ ଜନସାଧାରଣଙ୍କୁ ପ୍ରତିପୋଷଣ କରିବା ବିଷୟରେ । ଜାତୀୟ ସାମ୍ବାଦିକ ଦିବସରେ ସାମ୍ବାଦିକ, ମିଡିଆ ହାଉସ୍ ଏବଂ ଜନସାଧାରଣ ସାମ୍ବାଦିକ ସ୍ୱାଧୀନତାର ମହତ୍ତ୍ୱ ଏବଂ ଏହାର ଆହ୍ୱାନ ଉପରେ ପ୍ରତିଫଳିତ କରନ୍ତି । ଏହି ଦିନ ଭାରତରେ ଗଣମାଧ୍ୟମର ସ୍ୱାଧୀନତା ଏବଂ ଦାୟିତ୍ଵକୁ ସମ୍ମାନିତ କରେ । ଗଣତନ୍ତ୍ରର ସୁରକ୍ଷା ତଥା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମର ଭୂମିକାକୁ ଆଲୋକିତ କରିବାର ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ସହିତ ୧୯୬୬ ମସିହାରେ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଏହି ପ୍ରଭାବଶାଳୀ ଦିବସ ପାଳନ ପ୍ରତିଷ୍ଠା କରାଯାଇଥିଲା । ଏହି ଦିନ ଆମକୁ ସତ୍ୟ, ଉତ୍ତରଦାୟିତ୍ୱ ଏବଂ ନୈତିକ ସାମ୍ବାଦିକତା ପାଇଁ ପ୍ରେସର ପ୍ରତିବଦ୍ଧତାକୁ ମନେ ପକାଇଥାଏ । ଏହି ତାରିଖରେ ଭାରତ ନିଜର ଜାତୀୟ ପ୍ରେସ୍ ଦିବସ ପାଳନ କରେ । ଏହି ଅବସରରେ ଡେଲାଙ୍ଗ ପ୍ରେସ କ୍ଲବ ଏବଂ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଷ୍ଟ୍ରୀୟ ପ୍ରେସ ଦିବସ -୨୦୨୫, ରବିବାର, ପୂର୍ବାହ୍ନରେ ପ୍ରଭାତ କ୍ଲବ, ଡେଲାଙ୍ଗ ଷ୍ଟେସନ ବଜାର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ସହିତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବନ୍ଦେ ମାତରମ ଗାନ କରାଯାଇଥିଲା । ଏଥିସହିତ “ସୁସ୍ଥ ସମାଜ ଗଠନରେ ମିଡ଼ିଆର ଭୂମିକା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ସାମ୍ବାଦିକ, ସାହିତ୍ୟିକ, ସମାଜସେବୀ, ଶିକ୍ଷାବିତ, ବୁଦ୍ଧିଜୀବି ସହିତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସାମିଲ ହୋଇ ଉତ୍ସାହର ସହିତ ଜାତୀୟ ପ୍ରେସ ଦିବସ ପାଳନ କରିଥିଲେ । ଏଥିରେ ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଅଧ୍ୟକ୍ଷାତ କରିଥିଲେ । ପ୍ରେସ କ୍ଲବର ସମ୍ପାଦକ ତଥା ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଅଧକ୍ଷ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ଅନୁଷ୍ଠାନର କର୍ମକର୍ତ୍ତା ସାମ୍ବାଦିକ ପ୍ରଦୀପ ରଞ୍ଜନ ବିଶ୍ଵାଳ, ବିଜୟ କୁମାର ମହାପାତ୍ର, ଚନ୍ଦ୍ରଶେଖର ବିଶ୍ଵାଳ ‘ରଶ୍ମି ରଞ୍ଜନ ପ୍ରଧାନ, ଅନିମାଞ୍ଜଳୀ ମିଶ୍ର, ସିଦ୍ଧାର୍ଥ ବଳବନ୍ତରାୟ, ବିଭୂତି ଭୂଷଣ ହରିଚନ୍ଦନ,ପ୍ରଭାତ କୁମାର ଜେନା, କାହ୍ନୁ ଚରଣ ଲେଙ୍କା, ବାସୁଦେବ ଜେନା, ପ୍ରଶାନ୍ତ କୁମାର ରାଉତରାୟ, ବାବୁରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରେସ କ୍ଲବର ସହ ସମ୍ପାଦକ ତଥା ସାମ୍ବାଦିକ ଚିତ୍ତରଞ୍ଜନ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post