ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଠେମରା ପଞ୍ଚାୟତର ଜାମତରା ଗ୍ରାମ ଠାରେ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସାମ୍ବାଦିକମାନେ ଗ୍ରାମାଞ୍ଚଳର ସମସ୍ୟାର ଖବର ନିରନ୍ତର ଭାବେ ସରକାର ଓ ପ୍ରଶାସନ ଠାରେ ପହଞ୍ଚାଇଥାନ୍ତି । ଲେଖନୀ ମୁନକୁ ଆହୁରି ଜାରି ରଖି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଆଗେଇ ଆସିବା ପାଇଁ ଆଲୋଚନା ହୋଇଥିଲା । ଗତ କିଛିବର୍ଷ ହେବ ଖବର ପ୍ରକାଶନ ପରେ ମଧ୍ୟ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଉନାହାନ୍ତି । ପ୍ରଶାସନିକ ଅଧିକାରୀଙ୍କ ସ୍ଥାଣୁତା ଉଦବେଗଜନକ । ସାମ୍ବାଦିକଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ । ଅଞ୍ଚଳର ବିଭିନ୍ନ ବିକାଶମୁଖୀ କାର୍ଯ୍ୟରେ ସାମ୍ବାଦିକମାନେ ଆଗେଇ ଆସିବା ସହ ସାଧାରଣ ଲୋକଙ୍କ ସ୍ୱର ହେବା ପାଇଁ ମତ ପ୍ରକାଶ ପାଇଥିଲା । ସମ୍ପାଦକ ହୁଲେଶ୍ୱର ହଂସ ସଭା ସଂଯୋଜନା କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପଭାପତି ଅନିଲ ତ୍ରିପାଠୀ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର, ନିତ୍ୟାନନ୍ଦ ପୃଷେଠ ପ୍ରମୁଖ ଉପସ୍ଥିତ ଥିଲେ ।
Next Post