oom

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସିନ୍ଧେକେଲାର ଯୁବ ଗୋଷ୍ଠୀ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲାର ଯୁବ ଗୋଷ୍ଠୀ ପକ୍ଷରୁ ୫ ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା କତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସିନ୍ଧେକେଲାର ନୌରାଜ ରଣାଙ୍କ ନେତୃତ୍ୱରେ ସିନ୍ଧେକେଲା ଯୁବ ଗୋଷ୍ଠୀ ପକ୍ଷରୁ ୫ ଦଫା ଦାବୀ ଗୁଡିକ ମଧ୍ୟରେ ସିନ୍ଧେକେଲା ରାଜ୍ୟ ରାଜପଥ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଧୂଲିମୟ ଯାହାଦ୍ୱାରା ସାଧାରଣ ଜନତା ଯିବା ଆସିବା ବେଲେ ଆଖିରେ ଧୂଳି ପଶିବା ସହ ବାଇକ ଆରୋହୀ ଠିକ ଭାବେ ଦେଖିନ ପାରି ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଲୋକେ ରାସ୍ତାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକାଦାର ମାନଙ୍କ ଅବହେଲା ବା ବେପୁରିଆ ମନୋଭାବ ଯୋଗୁଁ ଟ୍ରାକ୍ଟର ବା ହାଇୱାରେ ବାଲି ଗଲାବେଳେ ରାସ୍ତା ସାରା ବାଲି ପଡୁଛି । ଯାହା ଦ୍ୱାରା ଲୋକେ ଶ୍ୱାସ ରୋଗ ଭୋଗ କରୁଛନ୍ତି । ସରକାରଙ୍କ ନିର୍ଦ୍ଧେଶକୁ ଅବହେଲା କରି ଠିକାଦାର ମାନେ ବାଲିଘାଟରେ ସର୍ବଦା ଜେସିବି ବ୍ୟାପକ ଭାବେ ବ୍ୟବହାର କରୁଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ଏବଂ ଧାର୍ଯ୍ୟ ସମୟ ପରେ ମଧ୍ୟ ମନମୁଖୀ ବାଲି ଉତ୍ତୋଳନ କରୁଛନ୍ତି । ସିନ୍ଧେକେଲା ବ୍ରିଜର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚକ ଦେଖା ଦେଇଛି କାରଣ ଏଠାରେ ବସି ରହୁଥିବା ବାଲି ଯୋଗୁଁ ବର୍ଷର ଅଧିକାଂଶ ସମୟରେ ବ୍ରିଜ ଉପରେ ପାଣି ଜମି ରହୁଛି । ଯାହା ଦ୍ୱାରା ବ୍ରିଜ ଉପରେ ଅଧିକାଂଶ ସ୍ଥାନରେ ଖାଲ ସୃଷ୍ଟି ହେଉଛି । ନଦୀର ଯେଉଁଠାରେ ବାଲି ଚାଲାଣ ହେଉଛି ସେହି ଠାରେ ଗ୍ରାମକୁ ପାଣି ଯୋଗାଉଥିବା ପାଣି ପଏଣ୍ଟ ଅବସ୍ଥିତ ଅଛି । କିନ୍ତୁ ସେହି ଅଂଚଳରେ ବାଲିସ୍ତର ହ୍ରାସ ପାଉଥିବା ଯୋଗୁଁ ବର୍ତ୍ତମାନ ସମୟରେ ଗ୍ରାମ୍ୟ ଜଳ ଯୋଗାଣ ସମସ୍ୟା ଉପୁଜିବାର ବହୁତ ସମ୍ଭାବନା ଦେଖା ଦେଇଥିବା ସିନ୍ଧେକେଲା ଯୁବ ଗୋଷ୍ଠୀମାନେ ଅଭିଯୋଗ କରିଛନ୍ତି । ପରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀଙ୍କ ଅନୁପସ୍ଥିତିରେ ତହସିଲ ଅଫିସର ସେକ୍ସନ ଅଫିସର୍‌ ଶ୍ୟାମ ସୁନ୍ଦର ବୁଡେକଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଦେବେନ୍ଦ୍ର ସାହୁ, ସତ୍ୟନାରାୟଣ ସାହୁ, ଉଦିତ ନାରାୟଣ ପଣ୍ଡା, ମାନସ ସାହୁ, ଦୁଷ୍ମନ୍ତ ରଣା, ଯଶୋବନ୍ତ ନାଗ, ଅଭିଯିତ ପୁଷ୍ଟି, ଦିପକ ନାଗ, ରବି ତ୍ରିପାଠୀ, ଗଣନାଥ ଥପା, ଅଶୋକ ସାହୁ, ରାକେଶ ସାହୁ, ପଦ୍ମାକର ମଲ୍ଲିକ, ନୂତନ ରଣା, ଭରତ ଛତ୍ରିଆ, ପ୍ରମୋଦ ତ୍ରିପାଠୀ, ହିତେଶ୍ୱର ପରିଡା, ଅଭିଶେକ ପୁଷ୍ଟି ପ୍ରମୁଖ ଏଥିରେ ସାମିଲ ହୋଇଥିଲା । ଏ ଦିଗରେ ଆଗାମୀ ଦିନରେ କୌଣସି ପ୍ରକାର ପଦକ୍ଷେପ ନିଆନ ଗଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.