csstore

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୃତ ଡ୍ରାଇଭରଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମହାନତା ଦେଖାଇଲେ ଓଡ଼ିଶା ଡ୍ରାଇଭର ମହାସଂଘ । ମୃତ ଡ୍ରାଇଭରଙ୍କ ପରିବାରକୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆର୍ଥିକ ସହାୟତା ସହିତ ଆଗମୀ ଦିନରେ ସରକାରୀ ଜନ କଲ୍ୟାଣ ଯୋଜନା ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ମାନବିକତା ପରିଚୟ ସୃଷ୍ଟି କରି ପାରିଛନ୍ତି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ । ସୂଚନା ମୁତାବକ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନିର୍ଦ୍ଦେଶ ପ୍ରକାରେ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସିର୍ତ୍ତିଗୁଡା ପଞ୍ଚାୟତର କୁଡ଼ୁପାକିଆ ଗାଁର ମୃତ ଫିରଜ୍ ପ୍ରଧାନ ପାଖାପାଖି ଗୋଟାଏ ବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଗତ ମାସରେ ଫିରଜଙ୍କ ମୃତ୍ୟୁ ଘଟିଥିଲା । ହେଲେ କ.ନୂଆଗାଁ ବ୍ଲକ ଓଡିଶା ଡ୍ରାଇଭର ମହାସଂଘର ସଭାପତି ଅନିଲ କୁମାର ସାହୁ, ସମ୍ପାଦକ ସଙ୍ଗୀତ ବେହେରା, କୋଷାଧ୍ୟକ୍ଷ କୈଳାଶ ଆରୁଖଙ୍କ ନେତୃତ୍ୱରେ କ.ନୂଆଗାଁ ବ୍ଲକର ସମସ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ଭାଇମାନେ, ବାର ଗୋଟି ବ୍ଲକ ସଂଘର ବ୍ୟକ୍ତି ବିଶେଷ ଓ ସଂଘର ଜିଲ୍ଲା ସହ ସମ୍ପାଦକ ବୁଲୁ ମାଝୀ ମୃତ ପରିବାରକୁ ସାକ୍ଷାତ କରି ନିଜସ୍ଵ ପାଣ୍ଠିରୁ ଛଅ ହଜାର ଟଙ୍କା ସଂଗ୍ରହ କରି ଓ ରାଜ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ତିରିଶ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ମୃତ ଡ୍ରାଇଭର ଫିରଜଙ୍କ ପରିବାରକୁ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.