csstore

ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ଠାରେ ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭ୍ୟ ନରେନ୍ଦ୍ର କବାଟଙ୍କ ବିୟୋଗରେ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ବିମଳ ଚକ୍ରବର୍ତ୍ତି ବିବରଣୀ ପାଠ ପରେ କୋଷାଧ୍ୟକ୍ଷ ଆୟବ୍ୟୟର ହିସାବ ରଖିଥିଲେ । ଏହାକୁ ସଭ୍ୟମାନେ କରତାଳି ଦେଇ ସମର୍ଥନ ଜଣାଇଥିଲେ । ଗୋପବନ୍ଧୁ ପୁରୋହିତ, ଋତୁରାଜ ସିଂହ, ଧର୍ମବ୍ରତ ରଥ, ନରେନ୍ଦ୍ର ଆଚାର୍ଯ୍ୟ, ଶିବ ନାରାୟଣ ରଥ, ଦିବାକର ହୋତା ଓ ପଙ୍କଜିନି ପଣ୍ଡା ପ୍ରମୁଖ ଟଙ୍କା ଥାଇ ଲିଫ୍ଟ କାମ ୫ ମାସ ହୋଇ ପଡିରହିବା, ପିଆଇଟି ଲାଇନ ପାଇଁ ସର୍ଭେ ହୋଇଥିଲେ ମଧ୍ୟ ଅନୁମୋଦନ ନ ପାଇବା, ସର୍ବୋପରି ଭୁବନେଶ୍ୱର ହେଡ ଅଫିସରୁ ଭୁବନେଶ୍ୱରକୁ ପ୍ରତ୍ୟେକ ଦିନ ଯିବା ଆସିବା କରିବା ପାଇଁ ଏକ ସକାଳୁଆ ଟ୍ରେନର ସବୁଜ ସଂକେତ ମିଳିଥିଲେ ମଧ୍ୟ ଟ୍ରେନ ନ ଚାଲିବା ଆଦି ଦାବି ନେଇ ବରଗଡ ରେଳ ଉପଭୋକ୍ତା ସଂଘ ଯଦି ଆନ୍ଦୋଳନ କରେ ତାକୁ ସମର୍ଥନ ଦେବା ଏବଂ ଏକ ଦଳ ସ୍ଥାନୀୟ ସାଂସଦଙ୍କ ସହ ରେଳମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭାପତି ପ୍ରଫେସର ମିଶ୍ର ଅନ୍ୟ ଅମୃତ ଭାରତ ଷ୍ଟେସନ ତୁଳନାରେ ବଲାଙ୍ଗିରରେ କାର୍ଯ୍ୟ ଅତି ମନ୍ଥରଗତି ହୋଇଥିବା ଏବଂ ରେଳବାଇ ବିଭାଗର ବୈମାତୃକ ମନୋଭାବ ପାଇଁ ଆଗାମୀ ଦିନରେ ତିନି ଦିନିଆ ଧର୍ମଘଟ କରାଯିବ ପାଇଁ କହିଥିଲେ । ଉକ୍ତ ସଭାରେ ମୋତିଲାଲ ସାହୁ, ବାଲୁଲାଲ ଖେଡିଆ, ମନୋରଂଜନ ପୁରୋହିତ, ନିତ୍ୟାନନ୍ଦ ମିଶ୍ର, ବ୍ରଜ କିଶୋର ପଣ୍ଡା, ସଲିମ ଖାନ, ସୁବ୍ରତ ବହିଦାର, ଅତୁଳ ଅଗ୍ରୱାଲ, ଅଦିତ୍ୟ ନାରାୟଣ ସାହୁ, ଶତୃଘ୍ନ ସିଂହ, ସୁବାଷ ଶତପଥି, ଅଶୋକ କୁମାର ମିଶ୍ର, ବିଶ୍ୱନାଥ ତ୍ରିପାଠି, ରାମ ପ୍ରସାଦ ସେଠ, ପ୍ରଦୀପ ନେପାକ, ମହେଶ ମାଲାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ହିତେଶ କୁମାର ସାହୁ ସହଯୋଗ କରିଥିଲେ ଏବଂ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.