jayashree

ନଗର କଂଗ୍ରେସର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ କମିଟି ତରଫରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟାଉନ କଂଗ୍ରେସର ଆଗାମୀ ଦିନର କାର୍ଯ୍ୟପନ୍ଥା ତଥା ସହରର ପରିମଳ ଏବଂ ଟ୍ରାଫିକ ସମସ୍ୟାକୁ ନେଇ ହେଉଥିବା ଅସୁବିଧାକୁ ନେଇ ଶ୍ରୀ ଦାନୀ କ୍ଷୋଭ ପ୍ରକାଶ କରିଥିଲେ । ପରେ ପରେ ପୂର୍ବତନ କିଶାନ ସେଲ ସଭାପତି ସାନନ୍ଦ ମିଶ୍ର ଓଡିଶା ପ୍ରଦେଶ କିଶାନ କଂଗ୍ରେସ ସଂଯୋଜକ ଭାବେ, ନାରୀ ନେତ୍ରୀ ମୀରା ମଣ୍ଡଳ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସଂପାଦିକା ଏବଂ ଛାତ୍ର ନେତା ନିତିଶ ପଧାନଙ୍କୁ ଛାତ୍ର କଂଗ୍ରେସର ସାଧାରଣ ସଂପାଦକ ଭାବେ ମନୋନୀତ କରିଥିବାରୁ ସମସ୍ତଙ୍କୁ ଟାଉନ କଂଗ୍ରେସ ତରଫରୁ ଉଚ୍ଛ୍ୱସିିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତିନି ଜଣଙ୍କୁ ରାଜ୍ୟ ସ୍ତରୀୟ ପଦବୀ ପ୍ରଦାନ କରିଥିବାରୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ଯୁବନେତା ସମରେନ୍ଦ୍ର ମିଶ୍ର, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲା କିଶାନ ସେଲ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ ଆହୁରି ସୁଦୃଢ ହେବ ବୋଲି ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ସହ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ବ୍ଲକ ସଭାପତି ଉମାକାନ୍ତ ସାହୁ, ଏସ୍‌ସି ସେଲ୍‌ ସଭାପତି ଓମ୍‌ ପ୍ରକାଶ କୁମ୍ଭାର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ଅଙ୍କିତ ସାହୁ, ଚିନ୍ମୟ ବେହେରା, ଅଜୟ ବାଲି, ଜୁଲୁ ପଟ୍ଟନାୟକ, ଜ୍ୟୋତି ନାଗ, ସଂଜୟ ମିଶ୍ର, ସୀତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ଲଳିତ ପଟେଲ, ପରଦୋଶ ପାଣିଗ୍ରାହୀ, ସମୀର କୁମ୍ଭାର, କିରନ ସେଠ, କୈଳାସ ମିଶ୍ର, ନାରୀ ନେତ୍ରୀ ବବିତା ସାହୁ, ସାଇନା ବେଗମ, କଳ୍ପନା ନାଏକ, ସବିତା ଶତପଥି, ଆରତିପ୍ରୀତି ନାଗ, ଅନ୍ନପୂର୍ଣ୍ଣା ବଢିଆ, ଲକ୍ଷ୍ମୀ ପ୍ରଧାନ, ସୁନିତା ତାଣ୍ଡି, ସୋହନ ନାଏକ, ରଶ୍ମି ରଂଜନ ପ୍ରଧାନ, ଆଶୁତୋଷ ମିଶ୍ର, ଉଦିତ ସାହୁ, ଚନ୍ଦନ ସାହୁ, ସୁମନ ସାହୁ, ସଞ୍ଜୁ ଦୋରା, ଘୁଣ୍ଡୁ ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.