ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର ଶାନ୍ତିକୁଣ୍ଡ ତରଫରୁ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ମାଉଣ୍ଟଆବୁ ସ୍ଥିତ ରାଜଯୋଗିନୀ ବ୍ରହ୍ମାକୁମାରୀ ଡା. ଉଷା ଦିଦିଜୀ, ବରିଷ୍ଠ ରାଜଯୋଗ ଶିକ୍ଷିକା, ପ୍ରବନ୍ଧନ ପ୍ରଶିକ୍ଷିକା, ଆଧ୍ୟାତ୍ମିକ ପ୍ରୟୋଗଶାଳାର ଗବେଷିକା, ରାମାୟଣ ଶ୍ରୀମଦ୍ ଭଗବଦ୍ ଗୀତାର ସ୍ପଷ୍ଟ ପ୍ରବଚିକା ତଥା ସୁପ୍ରସିଦ୍ଧ ଅନ୍ତଃରାଷ୍ଟ୍ରୀୟ ପ୍ରେରକ ବକ୍ତାଙ୍କ ବ୍ରହ୍ମପୁର ଆଗମନ ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଛି । ଆଜି ସନ୍ଧ୍ୟା ୬ ଘଟିକା ସମୟରେ ରାମଚନ୍ଦ୍ରପୁର (ଗୋପାଳପୁର) ସ୍ଥିତ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଉଦଘାଟିତ ହେବାକୁ ଥିବା ଶ୍ରୀମଦ୍ ଭଗବଦ୍ ଗୀତା ପ୍ରବଚନ ସମ୍ପର୍କରେ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ଭଗ୍ନୀ ରଜାଯୋଗିନୀ ବ୍ରହ୍ମାକୁମାରୀ ଉଷା କହିଥିଲେ ଯେ’ ବର୍ତ୍ତମାନର ଚରମ ଧର୍ମଗ୍ଳାନି ସମୟରେ ଜୀବନର ପ୍ରଥ ପ୍ରଦର୍ଶକ ରୂପେ ଶ୍ରୀମଦ୍ ଭଗବଦ୍ ଗୀତା ଉପଦେଶ ସମସ୍ତ ମାନବ ସମାଜ ପାଇଁ ନିତାନ୍ତ ଆବଶ୍ୟକ । ଗୀତାଜ୍ଞାନ ବର୍ଣ୍ଣିତ ଅର୍ଜୁନ ହେଉଛନ୍ତି ପ୍ରତ୍ୟେକ ମାନବ ଯେଉଁମାନେ କି ପ୍ରତି ମୁହୂର୍ତ୍ତରେ ବିଷାଦ ଗ୍ରସ୍ତ, ବିଘ୍ନ ଓ ସମସ୍ୟାଯୁକ୍ତ ତଥା ଅନ୍ୟମାନଙ୍କର ନକାରାତ୍ମକ ଓ ଘୃଣାତ୍ମକ ବ୍ୟବହାରରେ ଅତିଷ୍ଠ ହୋଇପଡୁଛନ୍ତି । ଏହି ପରିପ୍ରେକ୍ଷୀରେ ଭଗବାନଙ୍କ ଦ୍ୱାରା ଗୀତାଜ୍ଞାନର ସ୍ପଷ୍ଟୀକରଣ ଦ୍ୱାରା ଅର୍ଜୁନଙ୍କ ମନରେ ଆତ୍ମଜ୍ଞାନର ଜାଗରଣ, ବୋଧନ ଏବଂ ବୈରାଗ୍ୟ ଭାବ ଉତ୍ପନ୍ନ ସମ୍ଭବ ହୋଇଥିଲା । ଯଦ୍ୱାରା ସେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାରରୂପୀ ଶତ୍ର ମାନଙ୍କୁ ଦମନ କରି ଭବିଷ୍ୟ ଶ୍ରେଷ୍ଠ ପଦର ଅଧତ୍କାରୀ ହୋଇପାରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସବଜୋନ ସଞ୍ଚାଳିକା ବ୍ରହ୍ମାକୁମାରୀ ଭଗିନୀ ମାଳା ଉପସ୍ଥିତ ରହି ତ୍ରିଦିବସୀୟ ଭଗବଦ୍ ଗୀତା ପ୍ରବଚନ ମାଳା ସମ୍ପର୍କରେ ସମ୍ୟକ୍ ଜ୍ଞାନ ପ୍ରଦାନ କରିଥିଲେ । ଉକ୍ତ ସମ୍ମିଳନୀରେ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ମାଉଣ୍ଟ ଆବୁସ୍ଥ ଇଲେକଟ୍ରିକ ବିଭାଗର ବିଭାଗୀୟ ମୁଖ୍ୟ ବ୍ରହ୍ମାକୁମାର ସୁଧୀର ଭାଇ ଏବଂ ଜାମସେଦପୁର ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ଅଞ୍ଜୁ ଦିଦି ମଞ୍ଚାସୀନ ଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରିଣ୍ଟ, ଇଲକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆର ପ୍ରାୟ୩୦ ଜଣ ଭାଇଭଉଣୀ ଉପସ୍ଥିତ ରହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବାଇଟ୍ ନେଇଥିଲେ ।