ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ପୌର ପାଳିକା ଦ୍ୱାରା ନାଳ ନର୍ଦ୍ଦମାରେ ମଶା ତେଲ କିମ୍ବା ମଶାଧୂଆଁ ଦିଆ ଯାଉ ନ ଥିବାରୁ ମଶାର ପ୍ରାଦୂର୍ଭାବ ଦିନକୁ ଦିନ ବହୁତ ପରିମାଣରେ ବୃଦ୍ଧି ପାଉଛି । ତେଣୁ ଲୋକମାନେ ନାନା ରୋଗରେ ଆକ୍ରାନ୍ତ ହୋଇ ପୀଡିତ ହେଉଛନ୍ତି । ଏହାର ନିରାକରଣ ପାଇଁ ପୌର ପାଳିକାର ଦୃଷ୍ଟି ଆକର୍ଷଣ କରାଯିବ । ପଡାର ବରିଷ୍ଠ ନାଗରିକ ଶିକ୍ଷାବିତ୍‌ ଜଗଦାନନ୍ଦ ଛୁରିଆଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସର୍ବସମ୍ମତ୍ତି କ୍ରମେ ମତ ପ୍ରକାଶ ପାଇଥିଲା । ଏହି ସଭାରେ ସାମ୍ବାଦିକ ଆକୁଳ ବେହେରା, ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, କୋଷାଧ୍ୟକ୍ଷ ଦିବାକର ହୋତା, ବାସୁଦେବ ନାଗ, ସୂର୍ଯ୍ୟଭାନୁ ମିଶ୍ର, ପ୍ରଦୀପ ନେପାକ, ଛବିଲାଲ ବେହେରା, ନିମାଇଁ ଚରଣ ଦାଶ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବିମଳ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.