ରାମପୁର କ୍ଲଷ୍ଟରରେ ରାଣୀ ଲକ୍ଷ୍ମୀବାଇ ଆତ୍ମସୁରକ୍ଷା ଟ୍ରେନିଂ ଉଦ୍‌ଘାଟିତ

ରାମପୁର, (କେପିଏନ୍‌ଏସ୍‌) : ରାମପୁର କ୍ଲଷ୍ଟରର ଚନ୍ଦସ୍ଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରାମପୁର ଠାରେ ରାଣୀ ଲକ୍ଷ୍ମୀବାଇ ଆତ୍ମସୁରକ୍ଷା ଟ୍ରେନିଂ ଆରମ୍ଭ ହୋଇଯାଇଛି । ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ପ୍ରେମରାଜ ସେଠ ଓ ହୋସିୟା ଛତ୍ରିଆଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଗଞ୍ଜାଲୁ ମିର୍ଦ୍ଧା ଓ ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ୍ତ କିଶୋର ଦାଶ ଯୋଗଦାନ କରି ପ୍ରଶିକ୍ଷାର୍ଥୀ ମାନଙ୍କୁ ଟ୍ରେନିଂର ଧାରଣା ଦେଇଥିଲେ । ସାଧନ କର୍ମୀ ରୀନା ବାଗ ଓ ରେଣୁକା ଦାଶ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଶିକ୍ଷୟିତ୍ରୀ ସାନ୍ତନା ସେଠ, ଅନିତା ନାଏକ ଓ ନିକିତା ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.