ଶ୍ରୀରାମ ଜନ୍ମଭୂମି ନିଧି ସମର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀରାମ ଜନ୍ମଭୂମି ପବିତ୍ର ତୀର୍ଥ କ୍ଷେତ୍ର ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିଧି ସମର୍ପଣ ପାଇଁ ପଦ୍ମପୁର ବ୍ଲକ ଜଗଦଲପୁର ଗ୍ରାମ ପଞ୍ଚାୟତ ବଡ଼କୁଞ୍ଜାରୀରେ ଏକ ଶୋଭାଯାତ୍ରା ବାହାରି ଥିଲା । ଗ୍ରାମବାସୀଙ୍କୁ ସାଧ୍ୟ ମତେ ଦାନ ରାଶି ଦେବା ପାଇଁ ଅନୁରୋଧ କରାଯାଇଥିଲା । ଶୋଭାଯାତ୍ରାରେ ଗ୍ରାମ କମିଟି ସଭାପତି ତଥା ଜଗଦଲପୁର ବିଜେପି ମଣ୍ତଳ ହରେକୃଷ୍ଣ ପଟେଲ, ଗ୍ରାମବାସୀ ସର୍ବ ପ୍ରଜାପତି ପଟେଲ, ନାନକି ପଟେଲ, ରାଜେନ୍ଦ୍ର ପଟେଲ, ଆମୋଦ ପଟେଲ, ପବିତ୍ର ଷଣ୍ଢ, ଜଗଦୀଶ ପଟେଲ, ନିରାକାର ପଟେଲ ଓ ଅନେକ ଗ୍ରାମବାସୀ ଯୋଗଦାନ କରିଥିଲେ । ପ୍ରତ୍ୟେକ ପୁର ପଲ୍ଲୀରୁ ଦାନ ରାଶି ସଂଗ୍ରହ କରି ମନ୍ଦିର ନିର୍ମାଣ କରିବାକୁ ଲକ୍ଷ ରଖାଯାଇଛି । ସମସ୍ତ ରାମ ଭକ୍ତଙ୍କ ଦାନରାଶିରୁ ମନ୍ଦିର ହେଉଥିବାରୁ ସମସ୍ତେ ଗର୍ବ ଅନୁଭବ କରିପାରିବେ ବୋଲି ନେତୃମଣ୍ତଳୀ ଗ୍ରାମବାସୀଙ୍କୁ ଜଣାଇଥିଲେ ।

Leave A Reply

Your email address will not be published.