ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟାତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ ରାତ୍ରୀ ଜଗୁଆଳୀଙ୍କ ଅବସର କାରାଣରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ବିଦ୍ୟାଳୟର ରାତ୍ରୀ ଜଗୁଆଳୀ କିଶୋର ଚନ୍ଦ୍ର ପୁଟେଲଙ୍କୁ ଅବସର ସମୟରେ ମାନପତ୍ର ଏବଂ ଉପଢୌକନ ପ୍ରଦାନକରି ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରୋଭିଜନାଲ ପେନସନ କାଗଜାତ ପତ୍ର ପ୍ରଦାନ କରାଯାଇଅଛି । ଜୁନିଅର ରେଡକ୍ରସ ସାଧନ କର୍ମି ରବିଚନ୍ଦ୍ର ପଶାୟତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀ ପୁଟେଲ ଛାତ୍ରଛାତ୍ରୀ , ଅଭିଭାବକ ଏବଂ ସହକର୍ମୀଙ୍କ ମନ ଏବଂ ହୃଦୟରେ ଜଣେ ଲୋକପ୍ରିୟ, କର୍ତ୍ତବ୍ୟନିଷ୍ଠ ଏବଂ ସୁମିଷ୍ଟ ବ୍ୟକ୍ତିତ୍ୱ ଭାବରେ ସବୁଦିନ ନିମନ୍ତେ ବେଶ ଲୋକପ୍ରିୟ ହୋଇ ରହିଥିବେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଜ୍ୟୋତିଷ୍କର ପଣ୍ଡା, ବରିଷ୍ଠ ଶିକ୍ଷକ ମନୋଜ କୁମାର ପୂଜାରୀ, ନନ୍ଦିଘୋଷ ବାରିକ, ପ୍ରହଲ୍ଲାଦ ଦାଶ, ସଂଜୀବ କୁମାର ପୂଜାରୀ, ମୀନକେତନ ଦାଶ, ବିଭୀଷଣ ଖମାରୀ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । ଶେଷରେ ସ୍କାଉଟ ମାଷ୍ଟର ଦୀନବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.