ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସଦର ମହକୁମାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ନୀଳମଣି ପଟେଲ ଯୋଗଦାନ
କରିଛନ୍ତି । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୭୫୮୮ ଓଡିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା) ଭାବରେ ପଦୋନ୍ନତି ମିଳିଛି । ଏହା ପୂର୍ବରୁ ଶ୍ରୀ ପଟେଲ ବିନୋବା ଉଚ୍ଚ ବିଦ୍ୟାଳୟ ଛତାମଖନାରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ସେ ଦୀର୍ଘ ବର୍ଷ ଧରି ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ଭାବରେ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଜଣେ ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବରେ ଜଣାଶୁଣା । ବଲାଙ୍ଗିର ସଦର ବି.ଇ.ଓ ଭାବରେ ଯୋଗଦେଲା ପରେ ଶିକ୍ଷକ, କର୍ମଚାରୀ ଏବଂ ଜନସାଧାରଣଙ୍କ ମହଲରେ ଖୁସିର ବାତାବରଣ ଦେଖାଯାଇଛି ।