ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା କମିଟି ଓ ମା’ ସାହାଜି ଯୁବକ ସଂଘ କପିଲାଭଟାର ମିଳିତ ଆନୁକୂଲ୍ୟରେ ୩ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ଆବାହକ ତଥା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଗତ ବର୍ଷର ଆୟବ୍ୟୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ଏକ ପରିଚାଳନା କମିଟି ଚୟନ କରାଯାଇଛି । ସର୍ବସମ୍ମତି କ୍ରମେ ଏଥିରେ ସଭାପତି ଭାବେ ମନ୍ମଥ ହଂସ, ଉପସଭାପତି କର୍ଣ୍ଣ ହଂସ, ସମ୍ପାଦକ ଭାବେ ବିଷ୍ଣୁପ୍ରସାଦ ଗହୀର, ସହ ସମ୍ପାଦକ କୁବେର ହଂସ, କୋଷାଧ୍ୟକ୍ଷ ଭାବେ ଦୁର୍ମନ ହଂସ, ଭକ୍ତ ହଂସ, ବୈଷ୍ଣବ ହଂସ, ଉପଦେଷ୍ଟା ଭାବେ ପୃଥ୍ୱୀରାଜ ବାଗ, ବୀର ହଂସ, ପାର୍ଥ ହଂସ, ଦୁର୍ଦକ୍ଷ ହଂସ, ସଦସ୍ୟ ଭାବେ ଛବିଲାଲ ଜାନୀ, ପରମାନନ୍ଦ ଛତ୍ରିଆ, ହରପ୍ରସାଦ ହଂସ, ନରେନ୍ଦ୍ର ପୁଞ୍ଜି, ଯୁବରାଜ ହଂସ ପ୍ରମୁଖଙ୍କ ସହ ଅନ୍ୟମାନେ ମନୋନୀତ ହୋଇଥିଲେ । ଚଳିତ ବର୍ଷ କିପରି ଭାବେ ମହାସମାରୋହରେ ପାଳନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆସନ୍ତା ଅକ୍ଟୋବର ୨୧ ତାରିଖ ସନ୍ଧ୍ୟା ୬ଟାରେ ଉଦଘାଟନୀ ସାଧାରଣ ସଭା ପରେ ଡ୍ୟାନ୍ସ ଧମାକା, ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା ୬ଟା ଦ୍ଵିତୀୟ ରଜନୀ ପରେ ରାତ୍ରିରେ ସିନାପାଲି ବ୍ଲକ କୋଦୋବେଡାର କାଳ୍ପନିକ ନାଟକ “ମନ ହଜିଗଲା ଫୁଲ ବନରେ ” ମଂଚସ୍ଥ ହେବ । ୩ ତାରିଖ ସନ୍ଧ୍ୟା ୬ଟାରେ ଉଦଯାପନୀ ଉତ୍ସବ ପରେ ରାତ୍ରିରେ ବୋଡେ଼ନ ବ୍ଲକ ଲେସୁନପାଲି ଗାଁର କାଳ୍ପନିକ ନାଟକ ସୁଚିତ୍ରା ଚନ୍ଦ୍ରକେତୁ ମିଳନ ବା ରାମ ବିଜେତା ହନୁ ମଂଚସ୍ଥ ହେବ ବୋଲି ନିଷ୍ପତି ନିଆଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସୂଚନା ମିଳିଛି । ଏହି ଅବସରରେ ଅଂଚଳର ବିଶିଷ୍ଟ ପ୍ରତିଭାବାନ ୫ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସାଂସ୍କୃତିକ ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ ଗୁଡିକ ଯୋଗ ଦେବେ ବୋଲି ସୂଚନା ମିଳିଛି ।
