● ବିଦ୍ୟାଳୟସ୍ତରୀୟ ଉଦ୍ଭାବକଙ୍କ ଲାଗି ଦେଶବ୍ୟାପୀ କାର୍ଯ୍ୟକ୍ରମ
● ଭାରତର ସବୁଠୁ ବଡ଼ ବିଦ୍ୟାଳୟ ହ୍ୟାକାଥନ ୧ କୋଟି ଛାତ୍ରଛାତ୍ରୀ (ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ)ଙ୍କୁ ସ୍ୱଦେଶୀ, ଆତ୍ମନିର୍ଭର ଭାରତ, ଭୋକାଲ ଫର୍ ଲୋକାଲ ଏବଂ ସମୃଦ୍ଧ ଭାରତ ବିଷୟ ଉପରେ ପ୍ରୋଟୋଟାଇପ୍ ତିଆରି କରିବାରେ ସାମିଲ ହେବା ଲାଗି ଆହ୍ୱାନ କରାଯାଉଛି ।
● ୧୩ ଅକ୍ଟୋବର, ୨୦୨୫ରେ ଲାଇଭ୍ ଦେଶବ୍ୟାପୀ କାର୍ଯ୍ୟକ୍ରମ: ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ସବୁ ବିଦ୍ୟାଳୟଗୁଡ଼ିକରେ ରାଷ୍ଟ୍ରବ୍ୟାପୀ ସିଂକ୍ରୋନାଇଜଡ୍ ଲାଇଭ୍ ବିଲ୍ଡଥନ୍ ।
● ଜାତୀୟ ସ୍ତରର ୧୦ ଜଣ ବିଜେତା, ୧୦୦ ରାଜ୍ୟସ୍ତରୀୟ ବିଜେତା ଏବଂ ୧୦୦୦ ଜିଲ୍ଲାସ୍ତରୀୟ ବିଜେତାଙ୍କ ସହିତ ୧ କୋଟି ଟଙ୍କାର ପୁରସ୍କାର ରାଶି ।
ନୂଆଦିଲ୍ଲୀ, (ପିଆଇବି) : ନୀତି ଆୟୋଗର ଅଟଳ ନବୋନ୍ମେଷ ମିଶନର ସହଭାଗିତାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଦେଶବ୍ୟାପୀ ଏକ ନୂତନ ଉଦ୍ଭାବନ ଅଭିଯାନ ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ ଆୟୋଜନ କରାଯାଉଛି । ଏହି ସର୍ବବୃହତ ସ୍କୁଲ ହାକାଥନର ଲକ୍ଷ୍ୟ ହେଉଛି, ସ୍କୁଲ ସ୍ତରରେ ନବସୃଜନର ସଂସ୍କୃତିକୁ ସୁଦୃଢ଼ କରିବା, ଛାତ୍ରଛାତ୍ରୀମାନଙ୍କୁ ଚାରୋଟି ବିଷୟବସ୍ତୁ: ଆତ୍ମନିର୍ଭର ଭାରତ, ସ୍ୱଦେଶୀ, ଭୋକାଲ୍ ଫର୍ ଲୋକାଲ ଏବଂ ସମୃଦ୍ଧ ଭାରତ ଉପରେ ନୂଆ ଉପାୟ କିମ୍ବା ପ୍ରୋଟୋଟାଇପ୍ ନିର୍ମାଣ କରିବାକୁ ଉତ୍ସାହିତ କରିବା । ବିଲ୍ଡଥନର ଲକ୍ଷ୍ୟ ହେଉଛି ଆମ ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନ, ସୃଜନଶୀଳତା ଏବଂ ସମସ୍ୟା ସମାଧାନକୁ ପ୍ରୋତ୍ସାହିତ କରିବା ଯାହା ଦ୍ୱାରା ସେମାନେ ଏକ ସମୃଦ୍ଧ, ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତର ପ୍ରମୁଖ ବାହକ ହୋଇପାରିବେ ।
ବିଲ୍ଡଥନ୍ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁଯାୟୀ ବ୍ୟବହାରିକ, ଅଭିଜ୍ଞତାମୂଳକ ଶିକ୍ଷା ପ୍ରଦାନ କରିବ । ଏହା ଆକାଂକ୍ଷୀ ଜିଲ୍ଲା, ଜନଜାତୀୟ ଏବଂ ଦୂରବର୍ତ୍ତୀ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେବା ସହିତ ସମାବେଶୀ ଭାଗିଦାରୀ ସୁନିଶ୍ଚିତ କରିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସେପ୍ଟେମ୍ବର ୨୩ ତାରିଖରେ ଏହି ବିଲ୍ଡଥନ୍ର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ୧୧ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପଞ୍ଜୀକରଣ ଖୋଲା ରହିଛି । ୧୧ରୁ ୧୨ ଅକ୍ଟୋବର ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତି, ବିଷୟ ଚୟନ ଏବଂ ସମାଧାନ ପାଇଁ ସାହାଯ୍ୟ କରିବା ଲାଗି ଦଳ ଗଠନ, ପଞ୍ଜୀକରଣ, ପରାମର୍ଶ, ମାନସ ମନ୍ଥନ ଅଧିବେଶନ, ବିଚାରବିମର୍ଶ ଶିବିର ଏବଂ ନବସୃଜନ ମଣ୍ଡଳ ସମେତ ପ୍ରସ୍ତୁତି କାର୍ଯ୍ୟକଳାପ କରାଯିବ । ୧୩ ଅକ୍ଟୋବରରେ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ସମସ୍ତ ସ୍କୁଲରେ ଦେଶବ୍ୟାପୀ ସମନ୍ୱିତ ହୋଇଥିବା ଲାଇଭ୍ ବିଲ୍ଡଥନ୍ ଆୟୋଜିତ ହେବ । ୧୩ରୁ ୩୧ ଅକ୍ଟୋବର ମଧ୍ୟମରେ ବିଦ୍ୟାଳୟ ଦ୍ୱାରା ପୋର୍ଟାଲରେ ଆବେଦନ କରାଯିବ । ନଭେମ୍ବର ୧ରୁ ଡିସେମ୍ବର ୩୧ ମଧ୍ୟରେ ବିଶେଷଜ୍ଞ ପାନେଲଗୁଡ଼ିକ ଦ୍ୱାରା ଆବେଦନର ମୂଲ୍ୟାଙ୍କନ କରାଯିବ । ୨୦୨୬ ଜାନୁଆରୀରେ ଶୀର୍ଷ ଦଳ ଘୋଷଣା କରାଯାଇ ସମ୍ମାନିତ କରାଯିବ । ଏହାର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ପଞ୍ଜୀକରଣ ଏବଂ ଅନ୍ତିମ ଆବେଦନ (ବିଚାର ଓ ପ୍ରୋଟୋଟାଇପ୍) ଲାଗି ଏକ ସମର୍ପିତ ଜାତୀୟ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ୩ରୁ ୫ ଛାତ୍ରଛାତ୍ରୀଙ୍କ ଏକ ଦଳ ବିଲ୍ଡଥନରେ ଭାଗ ନେବ ଏବଂ ଭିଡିଓ ରୂପରେ ଆବେଦନ (ବିଚାର ଓ ପ୍ରୋଟୋଟାଇପ୍) ଉପସ୍ଥାପନ କରିବେ । ଗୋଟିଏ ବିଦ୍ୟାଳୟରୁ ଦଳଗୁଡ଼ିକର ସଂଖ୍ୟାର କୌଣସି ସୀମା ରହିବ ନାହିଁ । ସ୍କୁଲ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପ୍ରକଳ୍ପ ନିର୍ମାଣ କରିବାରେ ସାହାଯ୍ୟ କରିବା ପାଇଁ ଇନକ୍ୟୁବେସନ୍ ସେଣ୍ଟର, ମେଣ୍ଟର ଅଫ୍ ଚେଞ୍ଜ ନେଟୱାର୍କ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ କର୍ପୋରେଟଗୁଡ଼ିକର ସ୍ୱେଚ୍ଛାସେବୀ ଏବଂ ପରାମର୍ଶଦାତାମାନଙ୍କ ଦ୍ୱାରା ଉତ୍ସର୍ଗୀକୃତ ପରାମର୍ଶ ସହାୟତା ଯୋଗାଇ ଦିଆଯିବ । ସମସ୍ତ ବିଦ୍ୟାଳୟ (ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ)କୁ ସାମିଲ କରି ଜାତୀୟ ସ୍ତରରେ ଭର୍ଚୁଆଲ୍ ଲାଇଭ୍ ଷ୍ଟ୍ରିମିଂ ଅଧିବେଶନ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମଟି ଦେଶବ୍ୟାପୀ ଖବର ଏବଂ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହେବ । ଆକାଂକ୍ଷୀ ବ୍ଲକ, ଆଦିବାସୀ ଅଞ୍ଚଳ, ସୀମାନ୍ତ ଗ୍ରାମ ଏବଂ ଦୁର୍ଗମ ଅଞ୍ଚଳର ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ଆଲୋଚନା ପରିସରଭୁକ୍ତ କରାଯିବ । ବିଦ୍ୟାଳୟଗୁଡ଼ିକ ନବସୃଜନ କାର୍ଯ୍ୟକଳାପ ପରିଚାଳନା କରିବେ । ରାଜ୍ୟଗୁଡ଼ିକୁ ଗୋଷ୍ଠୀସ୍ତରୀୟ ନବସୃଜନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଉତ୍ସାହିତ କରାଯାଉଛି, ଯେଉଁଥିରେ ଏକାଧିକ ବିଦ୍ୟାଳୟ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯିବ । କାର୍ଯ୍ୟକ୍ରମ ପରେ, ସ୍କୁଲଗୁଡ଼ିକ ସେମାନଙ୍କର ନବସୃଜନ ପ୍ରବେଶର ଭିଡିଓ (ବିଚାର କିମ୍ବା ପ୍ରୋଟୋଟାଇପ୍) ଦାଖଲ କରିବେ । ସାରା ଭାରତର ସବୁ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିପାରିବେ । ଗୋଟିଏ ବିଦ୍ୟାଳୟର ଛାତ୍ରଛାତ୍ରୀ ତିନିରୁ ପାଞ୍ଚ ଜଣିଆ ଦଳ ଗଢ଼ିବା ଉଚିତ୍ । ଛାତ୍ରଛାତ୍ରୀ ସେମାନଙ୍କର ଶିକ୍ଷକଙ୍କ ସହାୟତାରେ ପଞ୍ଜୀକରଣ କରିପାରିବେ । ବିଦ୍ୟାଳୟ/ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କର ଛାତ୍ରଛାତ୍ରୀଙ୍କୁ ବିକଶିତ ଭାରତ ବିଲ୍ଡଥନ ପୋର୍ଟାଲ – vbb.mic.gov.in ପଞ୍ଜୀକରଣ ଲାଗି ପ୍ରୋତ୍ସାହିତ କରିବା ଆବଶ୍ୟକ । ପ୍ରତ୍ୟେକ ଦଳ ଚାରିଟି ବିଷୟବସ୍ତୁ ମଧ୍ୟରୁ କୌଣସି ଗୋଟିଏକୁ ବାଛିବେ । ଦଳଗୁଡ଼ିକ ସେମାନଙ୍କର ସାମାଜିକ ସମସ୍ୟା ସମାଧାନ ଲାଗି ଦଳ ବାଛିବେ । ଦଳଗୁଡ଼ିକ ଦୁଇରୁ ପାଞ୍ଚ ମିନିଟର ଭିଡିଓ ପ୍ରସ୍ତୁତ କରିବେ ସମସ୍ୟା ସମାଧାନ ସମ୍ପର୍କରେ ନିଜର ବିଚାର/ପ୍ରୋଟୋଟାଇପ୍ ଉପସ୍ଥାପନ କରିବେ । ଅକ୍ଟୋବର ୧୩ରୁ ୩୧ ମଧ୍ୟରେ ପୋର୍ଟାଲରେ ଭିଡିଓ/ସମରୀ ଦାଖଲ କରାଯିବା ଆବଶ୍ୟକ । ବିଶେଷଜ୍ଞଙ୍କ ଏକ ଦଳ ଆବେଦନଗୁଡ଼ିକୁ ମୂଲ୍ୟାଙ୍କନ କରିବା ପରେ ଚୟନିତ ଶୀର୍ଷ ବିଦ୍ୟାର୍ଥୀ ଦଳକୁ ପୁରସ୍କାର ଦିଆଯିବ । ଏହିସବୁ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କର ନବସୃଜନକୁ ଆହୁରି ସୁଦୃଢ଼ କରିବା ପାଇଁ କର୍ପୋରେଟ୍ ଗ୍ରହଣୀୟତା, ମାର୍ଗଦର୍ଶନ ଏବଂ ସମ୍ବଳ ମାଧ୍ୟମରେ ଦୀର୍ଘକାଳୀନ ସହାୟତା ପାଇବେ । ୧୦ ଜଣ ଜାତୀୟ ସ୍ତରୀୟ ବିଜେତା, ୧୦୦ ଜଣ ରାଜ୍ୟ ସ୍ତରୀୟ ବିଜେତା ଏବଂ ୧୦୦୦ ଜଣ ଜିଲ୍ଲା ସ୍ତରୀୟ ବିଜେତାଙ୍କୁ ଚୟନ କରାଯିବା ସହିତ ୧ କୋଟି ଟଙ୍କାର ଏକ ପୁରସ୍କାର ପୁଲ୍ ପ୍ରସ୍ତୁତ କରାଯାଇଛି । ଅଧିକ ବିବରଣୀ ପାଇଁ : [email protected]ରେ ଯୋଗାଯୋଗ କରନ୍ତୁ । ପଞ୍ଜୀକରଣ ଲିଙ୍କ୍ ହେଲା: vbb.mic.gov.in ।