ପାଇକମାଲରେ ଡାକସେବା ଠପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ଡାକସେବା ଗତ ସୋମବାରରୁ ବନ୍ଦ ଅଛି । ଟଙ୍କା ଜମା ଓ ଉଠାଣ ସହ ଅନ୍ୟ କୌଣସି କାମ ହେଉନି । ବିଭଗୀୟ କର୍ମଚାରୀ କହୁଛନ୍ତି ଯାନ୍ତ୍ରିକ ତ୍ରୁଟି ଅଛି । ଡାକଘର ଖୋଲା ଅଛି କିନ୍ତୁ ସମସ୍ତ ସେବା ବନ୍ଦ ରହିଛି । ଠିକ ହେବାକୁ ସମୟ ଲାଗିବ । ଡାକ ବିଭାଗ କେନ୍ଦ୍ର ସରକାରଙ୍କର ହୋଇଥିବା ବେଳେ ଏପରି ତ୍ରୁଟି ପ୍ରତି ବିଭାଗ ଶୀଘ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.