ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଚାଲିଥିବା ଜାତୀୟ ସେବା ଶିବିର ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ କୋ ୟୁନିଟ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ସେବା ଶିବିର ଉଦଯାପିତ ହୋଇଯାଇଛି । ଗତ ୭ଦିନ ଧରି ଚାଲିଥିବା ଏହି ସ୍ଵତନ୍ତ୍ର ସେବା ଶିବିରର ଉଦଯାପନୀ ଉତ୍ସବ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ମୁଖ୍ୟବକ୍ତା ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶଙ୍କର ରାଉତ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିବା ସହିତ ଶହେ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସ୍ଵୟଂସେବକ ଥିବା ପୂର୍ବତନ ଛାତ୍ର ତପନ ଘିବେଲାଙ୍କୁ ଏନ୍‌ଏସ୍‌ଏସ୍‌ କୋ ୟୁନିଟ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଉଦଯାପନୀ ସଭାକୁ ଅଧ୍ୟାପକ ଭ୍ରୀଙ୍ଗରାଜ ରଣା ପରିଚାଳନା କରିଥିବା ବେଳେ ପରିଶେଷରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶିବିର ଶିବିରାର୍ଥୀଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.