ନଗର କଂଗ୍ରେସ ପକ୍ଷରୁ ମହାଦେବ ମନ୍ଦିର ପାର୍ଶ୍ଵସ୍ଥ ସର୍ବ ପୁରାତନ କଲ୍ୟାଣ ମଣ୍ଡପ ପୁନଃଉଦ୍ଧାର ଓ ମରାମତି ଦାବିରେ ଉପଜିଲ୍ଲାପାଳ ଅଫିସ ଘେରାଉ

  • ଦଶହରା ପରେ କାର୍ଯ୍ୟାରମ୍ଭର ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ – ନଗର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସମ୍ବଲପୁର ରୋଡ ମହାଦେବ ମନ୍ଦିର ପାର୍ଶ୍ଵସ୍ଥ ବଲାଙ୍ଗିର ସହରର ସର୍ବପୁରାତନ କଲ୍ୟାଣ ମଣ୍ଡପ ପୁନଃଉଦ୍ଧାର ଓ ମରାମତି ଦାବିରେ ନଗର କଂଗ୍ରେସ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜନ କରିଛି । ଦିନ ଥିଲା ଏହି କଲ୍ୟାଣ ମଣ୍ଡପରେ ବିବାହ, ବ୍ରତ, ଏକୋଇଶିଆ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ବଡ଼ ବଡ଼ ହୋଟେଲ ନ ଥିବା ସମୟରେ ସବୁ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ପାଇଁ ସହର ଲୋକଙ୍କର ପ୍ରଥମ ପସନ୍ଦ ଥିଲା ଏହି କଲ୍ୟାଣ ମଣ୍ଡପ । କିନ୍ତୁ ଧିରେ ଧିରେ ପ୍ରଶାସନର ଅବହେଳା ଯୋଗୁଁ ଇତିହାସର ପୃଷ୍ଠା ପରି ଏହା କଳଗର୍ଭରୁ ବିଲୀନ ହେବା ଅବସ୍ଥାରେ ପହଂଚି ଯାଇଛି । ଅତଏବ ଏହାର ପୁନଃରୁଦ୍ଧାର ଓ ମରାମତି ନିତାନ୍ତ ଆବଶ୍ୟକ ବୋଲି ନଗର କଂଗ୍ରେସ ମତ ପ୍ରକାଶ କରିଛି । ଏହି କଲ୍ୟାଣ ମଣ୍ଡପ ସହ ବଲାଙ୍ଗିର ସହରର ଐତିହ୍ୟ ଜଡିତ ବୋଲି ମଧ୍ୟ ନଗର କଂଗ୍ରେସ କହିଛି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ସଭାର ୨୪ ଘଣ୍ଟା ନ ପୁରୁଣୁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ୨୩.୦୯.୨୦୨୫ରେ ନଗର କଂଗ୍ରେସ କମିଟି ସଭାପତି ବୁଲୁ ଦାନୀଙ୍କ ସହ ଏକ ପ୍ରତିନିଧି ମଣ୍ଡଳିକୁ ଡାକି ଉପଜିଲ୍ଲାପାଳ ଏହି ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରତିଶୃତି ଦେଇଥିଲେ ଯେ, ଯଥା ଶିଘ୍ର କଲ୍ୟାଣ ମଣ୍ଡପର ପୁନଃରୁଦ୍ଧାର କାମ ଆରମ୍ଭ ହେବ । ଏହି ସକାରାତ୍ମକ ପଦକ୍ଷେପ ପାଇଁ ବଲାଙ୍ଗିର ଜନସାଧାରଣ ଓ ନଗର କଂଗ୍ରେସ କମିଟି ତରଫରୁ ଉପଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ନଗର କଂଗ୍ରେସ ସଭାପତି ବୁଲୁ ଦାନି । ମୀରା ମଣ୍ଡଳ, ଅନ୍ନପୂର୍ଣ୍ଣା ବରିହା, ଆରତି ପ୍ରୀତି ନାଗ, ମନୀଷ ମିଶ୍ର, ଅସିତ ମିଶ୍ର, ଉମା ସାହୁ, ନାସିର ଖାନ, ସମୀର କୁମ୍ଭାର, ହିମାଂଶୁ ନାୟକ, ବଜ୍ର ସେଠି, ଜୁଲୁ ପଟ୍ଟନାୟକ, ଜ୍ୟୋତିଷ ମୁଗ୍ରୀ, ସୀତାରାମ କୁମ୍ଭାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.