ନିଜ ଗାଁ ପାଇକମାଲରେ ଶାରଦୀୟ ନବରାତ୍ର ଦୂର୍ଗାପୂଜାରେ ମା’ଙ୍କୁ ଦର୍ଶନ କଲେ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ମହାଆଡମ୍ବର ଅନୁଷ୍ଠିତ ହୋଇଯାଇଛି । ସାଂସଦଙ୍କ ନିଜ ଗାଁ ପାଇକମାଲରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ହେଉଥିବା ବେଳେ ନବରାତ୍ରର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟା ରୂପ ଧାରଣ କରିଥିବା ବେଳେ ସାଂସଦ ପ୍ରଦୀପ ପୁରୋହିତ ମେଢକୁ ଯାଇ ମା’ଙ୍କୁ ଦର୍ଶନ କରିବା ସୌଭାଗ୍ୟ ପ୍ରାପ୍ତି ସହ ଅଞ୍ଚଳର ସୁଖସମୃଦ୍ଧି କାମନା କରିଥିଲେ । ନବରାତ୍ର ଦୂର୍ଗାପୂଜାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ସେ ସମସ୍ତ ପ୍ରକାର ସହଯୋଗ କରିବାକୁ ଆୟୋଜକ କମିଟିକୁ ପ୍ରତିଶ୍ରୁତି ଦେଇଥିଲେ । ନବରାତ୍ର ଦୂର୍ଗାପୂଜା ପରିଚାଳନା କମିଟିର ସଭାପତି ସୁଶାନ୍ତ ନାଗ, ଉପସଭାପତି ରାକେଶ ଅଗ୍ରୱାଲ, ସମ୍ପାଦକ ଆଶୁତୋଷ ସାହୁ, ସହ ସମ୍ପାଦକ ଯୋଗେନ୍ଦ୍ର ଭୋଇ, ଆଇନଜୀବୀ ରାଜକିଶୋର ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ଗୁଣ ନାଗ, କୈଳାସ ଦିଶ୍ରୀ, ଏମ୍‌ଡି ରାଜ, ଇନ୍ଦ୍ରଜିତ ଭୋଇ, ହରେକୃଷ୍ଣ ସୁନା, ରାଜେନ୍ଦ୍ର ସେଠ, ମାଧବ ପାଣିଗ୍ରାହୀ, ବିକି ଅଗ୍ରୱାଲ, ଭକ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.