ଖଦ୍ୟୋତ ଅନୁଷ୍ଠାନ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ଆଗାମୀ ଦିନରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ମହିଳାମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ବଲାଙ୍ଗିର ସହରର ୧୫ଟି ସ୍କୁଲରୁ ପ୍ରତିଯୋଗୀମାନେ ଯୋଗ ଦେଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଛୋଟ ଛୋଟ ଶିଶୁମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଥିଲା । ପରେ ଅନୁଷ୍ଠାନ ତରଫରୁ ରଙ୍ଗୋଲି ପ୍ରତିଯୋଗିତାରେ ମଧୁସ୍ମିତା କର୍ଣ୍ଣ, ପଦ୍ମିନୀ ନାଏକ, ଅଧ୍ୟାପିକା ନମ୍ରତା ପାଣିଗ୍ରାହୀ, ଅନିମା ସିଂ, ଆର. ବିଦ୍ୟା, ସାଗରିକା କର ପ୍ରମୁଖ ଭାଗ ନେଇଥିଲେ । ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ଆକୁଳ ବେହେରା, ଚିତ୍ରଶିଳ୍ପି ସତ୍ୟନାରାୟଣ ସିଂହଦେଓ, ମୋତିଲାଲ ସାହୁ, ସୋନାଲି ମିଶ୍ର, ଦିବାକର ହୋତା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.