କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ପୌଷ୍ୟ ସନ୍ତାନ ଗ୍ରହଣ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ ଦିନିକିଆ ପୌଷ୍ୟ ସନ୍ତାନ ଗ୍ରହଣ ତାମିଲ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିକା ଶିବିରରେ ମୁଖ୍ୟ ଅତିଥି ଭାବେରେ ଜୀବ‌ର୍ଦ୍ଧନ ଭୋଇ ଯୋଗଦେଇ ପୌଷ୍ୟ ସନ୍ତାନ ଗ୍ରହଣ ବିଷୟରେ ପ୍ରବ‌ର୍ତ୍ତାଇ ଥିଲେ । ଏହି ତାଲିମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜୟନ୍ତୀ ହିମାଲ ଓ ମମତା ମେହେର ଯୋଗଦେଇ ଥିଲେ । ଉକ୍ତ ତାମିଲରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଚାଳନା କମିଟିର ସଭାନେତ୍ରୀ ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ, ସଂପାଦିକା ମମତା ପୁରୋହିତ, ଭାରତୀ ଶତପଥୀ, ଅନୀତା ଛତର ସମେତ ଅନ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । କସ୍ତୁରବା ଗାନ୍ଧୀ ମାତୃ ନିକେତନ ଅଧ୍ୟକ୍ଷ ନିର୍ମଳ କୁମାର ଗିରୀ, ସୁଚରିତା ପଣ୍ତା, ସଞ୍ଚିବ ଦାଶ, ଦୁର୍ଯ୍ୟୋଧନ ତ୍ରିପାଠୀ, ତିଲକରାମ ମାଝୀ, ବିରଞ୍ଚି ନାଏକ ଏବଂ ସ୍ୱତନ୍ତ୍ର ପୌଷ୍ୟତା ସଂସ୍ଥାର ରଞ୍ଜିତା ସାହୁ, ଯଶୋବନ୍ତୀ ଭୋଇ ଓ କିରନ ଭାରତୀ ଯୋଗ ଦେଇଥିଲେ । ଗୋପବନ୍ଧୁ ସେବା ସଦନରୁ କେଶବ ପଟେଲ, ରାଜେଶ ସାହୁ, ଶୁଶିଳ କୁମାର ନାଏକ, ସତ୍ୟ ରଞ୍ଜନ ସାହୁ, ବିମଳା ଦେବୀ ବାଲ୍ୟାଶ୍ରମରୁ ଚାନ୍ଦିନୀ ଶର୍ମା ଯୋଗ ଦେଇଥିଲେ । ଶେଷରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଅଧ୍ୟକ୍ଷ ନିର୍ମଳ କୁମାର ଗିରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.