ରକ୍ତଦାତାଙ୍କୁ ଉତ୍ସାହିତ କଲେ ସିଡିଏମ୍‌ଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବିଲେଇସର୍ଡା ଗ୍ରାମର ଯଶୋବନ୍ତୀ ଗଡତ୍ୟା ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ୪% ରକ୍ତ ଥିବାରୁ ତାଙ୍କୁ ଜରୁରୀ କାଳୀନ ସ୍ଥିତିରେ ରକ୍ତ ଦେବା ପାଇଁ ଡାକ୍ତର ପରାମର୍ଶ ଦେଲେ । କୌଣସି ମତେ ଖବର ପାଇ ତାଙ୍କ ଭାଇ ରାଜେନ୍ଦ୍ର ଗଡତ୍ୟା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ଅନୁରୋଧ କ୍ରମେ ଯୁବ ସଂଗଠନର ସଦସ୍ୟ ଯୁବରାଜ ଭୋଇ କୁଶମେଲ ଗ୍ରାମ ୨୦ କି.ମି. ଦୂରୁ ଆସି ସଙ୍ଗେ ସଙ୍ଗେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସିଡିଏମ୍‌ଓ ରମେଶ ଚନନ୍ର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଚାରା ଗଛ ପ୍ରଦାନ ସହ ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଯୁବ କୁଲୁତା ସମାଜ ସଦସ୍ୟଗଣ ରୋଗୀଙ୍କୁ ବର୍ଷ ସାରା ରକ୍ତଦାନ କରୁଥିବା ଅସୀମ ଭୋଇ ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରକ୍ତଦାନ ସମୟରେ ଯୁବ ସଭାପତି ଅସୀମ ଭୋଇ, ଡକ୍ଟର ସୁମିତ ମୁଣ୍ଡ, ହସ୍ପିଟାଲ ମ୍ୟାନେଜର ବନ୍ଦନା ପଧାନ ଓ ପ୍ରତ୍ୟୁଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏକ ପେଡ ମା’ କେ ନାମ ଅବସରରେ ଯୁବ କୁଲୁତା ସମାଜ ତରଫରୁ ସିଡିଏମ୍‌ଓ ଶ୍ରୀ ସାହୁଙ୍କୁ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.