ବଲାଙ୍ଗିର, (କେପିଏନ୍ଏସ୍) : ଭାରତ ସରକାରଙ୍କ ନିର୍ଦ୍ଦେଶନାମା କ୍ରମେ “ସୁସ୍ଥ ନାରୀ ସଶକ୍ତ ପରିବାର” ପାଇଁ ଏକ ମେଗା ମହିଳା ସ୍ୱାସ୍ଥ୍ୟ ଶିବିର ବଲାଙ୍ଗିର ସ୍ଥାନୀୟ ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଲାଙ୍ଗିର ଜିଲ୍ଲା ନଗର ପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦିବ୍ୟ କିଶୋର ପତି, ଡ଼ା. ନମିତା ମିଶ୍ର, ରାମାନୁଜ ପଣ୍ଡା (ଏ.ପି.ଏମ୍. ସ୍ୱାସ୍ଥ୍ୟ), ପ୍ରଦୀପ ନାଗ (ପି.ଏଚ୍. ଏମ୍. ସ୍ୱାସ୍ଥ୍ୟ) ଯୋଗଦାନ କରିଥିବାବେଳେ ଉକ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନର ଚେୟାରମ୍ୟାନ ଓ ନିର୍ଦ୍ଦେଶକ ରବିରଞ୍ଜନ ପୂଜାରୀ, ସତ୍ୟରଞ୍ଜନ ମିଶ୍ର ସମସ୍ତ ଶିବିରକୁ ପରିଚାଳନା କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲା ଚିକିତ୍ସାନୁଷ୍ଠାନ ପକ୍ଷରୁ ଅଭିଜ୍ଞ୍ୟ ଚିକିତ୍ସକ ସମୂହ ଯଥା ଶିଶୁ ବିଶେଷଜ୍ଞ୍ୟ ଡ଼ା. ସରୋଜ ତିଆଡ଼ି, ଚର୍ମ ବିଶେଷଜ୍ଞ ଡ଼ା. ତୁଷାର ରଞ୍ଜନ ଠାକୁର, ଡ଼ା. ଉଷାରାଣୀ ଦାସ ଚକ୍ଷୁ ବିଶେଷଜ୍ଞ, ଡ଼ା. ନିହାର ରଞ୍ଜନ ବହିଦାର ମେଡିକାଲ ଅଫିସର (ୟୁ. ପି.ଏଚ୍. ସି), ଡ଼ା. ଗୀତା ପାଢ଼ୀ ଦାନ୍ତ ଚିକିତ୍ସକ, ମାନସିକ ରୋଗ ନିରୀକ୍ଷଣ ଓ ଟିମ ପ୍ରମୁଖ ଯୋଗଦାନ କରି ପ୍ରାୟ ୨୫୦ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ ନିଜକୁ ନିୟୋଜିତ କରିଥିବାବେଳେ ପ୍ରାୟ ୪୦ଜଣ ମହିଳାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଉପରୋକ୍ତ ମହିଳା ସ୍ୱାସ୍ଥ୍ୟ ଶିବିରକୁ ନେସନାଲ ପିସ ୟୁନିସନ ତରଫରୁ ସୁଆୟୋଜନ କରାଯାଇ ଥିବାବେଳେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସଭ୍ୟସଭ୍ୟା ଯଥା ମାମି ସିଂଦେଓ, ସୋନାଲି କୁମାର, ଲିପ୍ସା ସୁନା, ରୋନି ବଗର୍ତ୍ତୀ, ଖୁସିରାମ ସୁନା, ନିକୁଞ୍ଜ ବିହାରୀ ସାହୁ, ମଣିରାମ ବେହେରା, ଦାଶରଥି ପ୍ରଧାନ, ଅଞ୍ଜଳୀ ନାଗ ତଥା ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଆଶା ଓ ଏ.ଏନ.ଏମ୍ ଦିଦିଗଣ ପପ୍ରମୁଖ ସ୍ୱାସ୍ଥ୍ୟ ଶିବିରରେ ଯୋଗଦାନ କରି ନିଜର ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ ।
Prev Post