ଗୋପେଶ୍ୱରୀ ଷଡଙ୍ଗୀଙ୍କ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ମାଣ୍ଡିଆପଦର ଗ୍ରାମରେ ସମାଜସେବୀ ତଥା ଧର୍ମପରାୟଣା ମହିଳା ଗୋପେଶ୍ୱରୀ ଷଡଙ୍ଗୀଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ହୋଇଯାଇଛି । ବହୁ ମାନ୍ୟଗଣ୍ୟ ବନ୍ଧୁ ସ୍ୱଜନ ଯୋଗ ଦେଇ ତାଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜଳନ କରି ପୁଷ୍ପାଞ୍ଜଳୀ ଅର୍ପଣ କରି ଶୋକବ୍ୟକ୍ତ କରିଥିଲେ । ଶୋକାକୂଳ ପରିବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପ୍ରସନ୍ନ ଷଡଙ୍ଗୀ, ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗୀ, ବିଜୟାନନ୍ଦ ଷଡଙ୍ଗୀ, ରାଜେନ୍ଦ୍ର ପ୍ରସାଦ ଷଡଙ୍ଗୀ, ସଂଜୟ କୁମାର ଷଡଙ୍ଗୀ, ହିମାଂଶୁ ଶେଖର ଷଡଙ୍ଗୀ ପୁତ୍ରଙ୍କୁ ସମବେଦନା ଜ୍ଞାପନ କରିଥିଲେ । ପୂର୍ବନ ମନ୍ତ୍ରୀ ନରସିଂହ ମିଶ୍ର, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବିଷ୍ଣୁ କେଡିଆ, ଲକ୍ଷ୍ମଣ ମେହେର, ବିଜୟ ଜାନୀ, ପ୍ରମୋଦ ପାଣିଗ୍ରାହୀ, ପୋଲିସ ଡିଜି ହିମାଂଶୁ ଲାଲ, ରଂଜନ ମହାପାତ୍ର, ଜିଲ୍ଲାପାଳ ବଲାଙ୍ଗିର, ସୋନପୁର, ନୁଆପଡା ଏସ୍‌ପି ବଲାଙ୍ଗିର, ସୋନପୁର ପିଡି, ଉପଜିଲ୍ଲାପାଳ, ବିଡିଓ ସହ ବହୁ ପ୍ରଶାସକ ଯୋଗ ଦେଇଥିଲେ । ବନଦୁର୍ଗା ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ଜୟକୃଷ୍ଣ ମିଶ୍ର, ସଂଜୟ ଗଡତ୍ୟା, ବିକାଶ ରଂଜନ ରଥ, ପ୍ରଶାନ୍ତ ମହାକୁର, କୈଳାଶ ସିଂଦେଓ, ନରେନ୍ଦ୍ର ବିଶି ଯୋଗ ଦେଇଥିଲେ ।

Leave A Reply

Your email address will not be published.