ବଲାଙ୍ଗିର, (କେପିଏନ୍ଏସ୍) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରୟାସରେ ୦୬ ତାରିଖରୁ ଆଜି ପର୍ଯ୍ୟନ୍ତ ସପ୍ତାହଭରି “ସଂସ୍କୃତ ସପ୍ତାହ ସମାରୋହ” ଉତ୍ସାହୋଦ୍ଦାପକ ପରିବେଶରେ ପାଳିତ ହେଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରୋ. ଉମାବଲ୍ଲଭ ମହାପାତ୍ର ଏବଂ ମୁଖ୍ୟବକ୍ତା କୁଳସଚିବ ହରପ୍ରସାଦ ଭୋଇ ଉପସ୍ଥିତ ଥିଲେ । ଉଦ୍ବୋଧନରେ କୁଳପତି ସଂସ୍କୃତ ଭାଷାର ମହତ୍ତ୍ୱ ବିଷୟରେ ଏବଂ କୁଳସଚିବ ସଂସ୍କୃତ ଭାଷାର ଆଦିତ୍ୱ, ସାହିତ୍ୟି ସମ୍ପଦ ଓ ସାଂସ୍କୃତିକ ଉତ୍କଷ୍ଠିର ଏହାର ଅଦ୍ୱିତୀୟ ଅବଦାନକୁ ଉଲ୍ଲେଖ କରିଥିଲେ । ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଅମରେଶ୍ୱର ନାଏକ ସପ୍ତାହଭରି ଅନୁଷ୍ଠିତ କାର୍ଯ୍ୟକ୍ରମ ବିଷୟରେ ତଥା ଛାତ୍ରମାନଙ୍କୁ ସଂସ୍କୃତର ମହତ୍ୱ ବିଷୟରେ ଉଦ୍ବୋଧନ କରିଥିଲେ । ସଭାକୁ ବିଭାଗର ଅଧ୍ୟାପିକା ଡ. ସୀମାରାଣୀ ରଥ ସଂଚାଳନ କରିଥିଲେ ଏବଂ ବିଭାଗର ଅନ୍ୟ ଅଧ୍ୟାପିକା ଡ. ସୁଦେଷ୍ନା ଦାସ, ଡ. ତୃପ୍ତିମୟୀ ହୋତା, ଡ. ଅଞ୍ଜଳି କବାଟ ଏବଂ ଡ. ଏଲିନା ମିଶ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ତୁଳାଇଥିଲେ । ସମାପନୀ ସଭାରେ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବିଭାଗର ଅଧ୍ୟାପକ ମଣ୍ଡଳି ତଥା ଛାତ୍ର ଛାତ୍ରୀମାନଙ୍କ ଅବଦାନକୁ ଉଚ୍ଚ ସ୍ଥାନର ସ୍ୱୀକୃତି ଦିଆଯାଇଛି ।
