ବଲାଙ୍ଗିରରେ ବିଜେପି ତରଫରୁ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତୀୟ ଜନତା ପାର୍ଟି ତରଫରୁ ସଦେଇପାଲି ସାଇଟ କଲେଜ କନଫରେନ୍ସ ହଲଠାରେ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବଲାଙ୍ଗିର ଲୋକ ସଭା ସାଂସଦ ସଂଗୀତା ସିଂଦେଓ ମଞ୍ଚରେ ଉପସ୍ଥିତ ଥିଲେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରାଥୀ ଗୋପାଳଜୀ ପାଣିଗ୍ରାହୀ, ସମାଜସେବୀ ଡ଼. ଶ୍ରୀକର ମିଶ୍ର ପରମା ନନ୍ଦ ମହାରାଜ । ବିଜେପିର ଶତାଧିକ ମହିଳା କାର୍ଯ୍ୟକର୍ତ୍ତା ଓ ବିଜେପି ବରିଷ୍ଟ କାର୍ୟ୍ୟକର୍ତ୍ତା ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନର୍ସିଂ କଲେଜର ଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରସଙ୍ଗ ଥିଲା ୧୪.ଅଗଷ୍ଟ ୧୯୪୭ ମସିହାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ସାରା ଭାରତରେ ଭାରତୀୟ ଜନତା ପାର୍ଟି ତରଫରୁ ପାଳିତ କରାଯାଇଛି ।

jittmm
Leave A Reply

Your email address will not be published.