ବିନ୍ଧ୍ୟ ବାସିନୀ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା

ପାଇକମାଲ, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ମାର୍ଗଦର୍ଶନରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ବାରିକ ଏହି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କଲେଜ ପକ୍ଷରୁ ୧୦୦ ମିଟର ଲମ୍ବର ଏକ ଜାତୀୟ ପତାକା ସହ ୨୦୦ ଟି ଜାତୀୟ ପତାକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ମହାବିଦ୍ୟାଳୟରୁ ବାହାରି ଛାତ୍ରଛାତ୍ରୀ ସାଲେପାଲି ଗ୍ରାମ ପରିଭ୍ରମଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୦୦ ଛାତ୍ରଛାତ୍ରୀ ସାମିଲ ହୋଇ ସ୍ଲୋଗାନ ମାଧ୍ୟମରେ ଭିନ୍ନତା ମଧ୍ୟରେ ଏକତା, ଦେଶପ୍ରେମ ତଥା ଜାତୀୟ ସଂହତି ଓ ଜାତୀୟ ଏକତାର ବାର୍ତ୍ତା ପ୍ରଚାର କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ମୀନା କୁମାରୀ ସାହୁ, ପ୍ରଦୀପ୍ତ ସାହୁ, ପ୍ରଦୀପ କୁମାର ଦେୱାନ, ଦେବରାଜ ସାହୁ, ପୁଷ୍ପ ମଞ୍ଜରୀ ପ୍ରଧାନ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.