ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବ୍ରହ୍ମପୁର ମହାନଗରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର ପରିଦର୍ଶନ କରିଛନ୍ତି । ଓ.ପି.ଟି.ସି.ଏଲ୍. ଆସ୍କାରୋଡ଼ ଠାରେ ପ୍ରସ୍ତାବିତ ଅସ୍ଥାୟୀ ବସଷ୍ଟାଣ୍ଡ, ବ୍ରହ୍ମପୁର କର୍ପୋରେସନ ରୋଡର ଗଞ୍ଜାମ ହାଟ, ପୁରୁଣା ବସଷ୍ଟାଣ୍ଡ ଠାରେ ବହୁ ସ୍ତରୀୟ କାର୍ ପାର୍କିଂ, ଆମ୍ବପୁଆର ରୋକ୍ ଗାର୍ଡେନ, ବିବେକ-ବିହାରର ବିବାହମଣ୍ଡପ ସ୍ଥଳ ଆଦି ଗତ ଗୁରୁବାର ପରିଦର୍ଶନ ସହ ନିରୀକ୍ଷଣ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଅରବିନ୍ଦ ପ୍ରଥମେଶ ରାଜସିର୍କେ, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଅବିନାଶ କୁମାର, ପ୍ରୋବେସନନାରୀ ଆଇ.ଏ.ଏସ୍. ମ୍ରିନାଲୀକା ରାଠୋର ପ୍ରମୁଖ ବିଭାଗୀୟ ଗଣ୍ୟମାନ୍ୟ ଅଧିକାରୀମାନେ ପରିଦର୍ଶନରେ ଉପସ୍ଥିତ ଥିଲେ ।

Next Post