ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ମାଉଣ୍ଟ ଆବୁ ରାଜସ୍ଥାନ ମୁଖ୍ୟକେନ୍ଦ୍ରର ଆଧ୍ୟାତ୍ମିକ ଜାଗରଣ ଗୁରୁ ବ୍ରହ୍ମା କୁମାର ରାଜେନ୍ଦ୍ର ଅବା ରାଜୁ ଭାଇଙ୍କ ଛତ୍ରପୁର ଆଶ୍ରମକୁ ଗୁରୁବାର ଆଗମନ ହୋଇଛି । ନିର୍ଦ୍ଧାରିତ ସମୟରେ ଆଗମନ ହେଲା ବେଳେ ତାଙ୍କୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ପାରମ୍ପରୀକ ରୀତିମତେ ବ୍ରହ୍ମା କୁମାରୀଙ୍କ ଦ୍ଵାରା ପାଛୋଟି ଆଶ୍ରମକୁ ନିଆଯାଇଥିଲା । ବ୍ରହ୍ମାକୁମାରୀ ଶାନ୍ତି ଅନୁଭୂତି ଭବନ ଛତ୍ରପୁର ଆଶ୍ରମରେ ଆୟୋଜିତ ବର୍ଣ୍ଣାଢ଼୍ୟ ଆଧ୍ୟାତ୍ମିକ ଜାଗରଣ ପରିବେଶରେ ଅଗଣିତ ସୁଧିଜନଙ୍କୁ ରାଜୁ ଭାଇଜୀ ଆଶ୍ରିବଚନ ପ୍ରଦାନ କରିଥିଲେ । ବ୍ରହ୍ମାକୁମାର ଭାଇ ଓ ଭଉଣୀଙ୍କୁ ଭାଇଜୀ ବ୍ରହ୍ମା ବାବାଙ୍କ ଅମୃତ ପ୍ରସାଦ ବିତରଣ କରିଥିଲେ । ଏପରିକି ଅତିଥି ରାଜୁ ଭାଇଜୀଙ୍କ ଅମୃତବଚନରେ ଅଗଣିତ ଭକ୍ତ ମଜ୍ଜି ଯାଇଥିଲେ । ପ୍ରକାଶ ଥାଉକି, ଈଶ୍ୱରୀୟ ସନ୍ଦେଶ ଚର୍ଚ୍ଚାରେ ରହି ରାଜୁ ଭାଇଜୀ ଦୀର୍ଘ ବର୍ଷ ଧରି ଅହରହ ସଂଗ୍ରାମ କରି ଆସିଛନ୍ତି । ପୃଥିବୀରେ ରହିଥିବା ବିଭିନ୍ନ ଦେଶରେ ଶାନ୍ତି ର ଆନୟନ ପାଇଁ ନିଜର ସଂଗ୍ରାମ ଜାରୀ ରଖି ଆସିଛନ୍ତି । ମାଉଣ୍ଟ ଆବୁ ମୁଖ୍ୟ ଆଶ୍ରମରେ ପ୍ରତିଷ୍ଠାନ ପକ୍ଷରୁ ପ୍ରଣୀତ ପତ୍ରପତ୍ରିକାର ସମ୍ପାଦନା କରିଆସୁଥିବା ସାଂଗକୁ ଭାରତ ବର୍ଷ ସହିତ ଜଡିତ ୧୫ଟି ଦେଶର ଭାଷା ସାହିତ୍ୟ ସଂସ୍କୃତିକୁ ରୁଦ୍ଧିମନ୍ତ କରି ଆସିଛନ୍ତି । ଆଧ୍ୟାତ୍ମିକ ପତ୍ରିକା “ମୁରଲୀ” ଏକାଧିକ ଭାଷା ସାହିତ୍ୟରେ ପ୍ରଣୀତ ପୁସ୍ତକର ରଚନା, ପ୍ରକାଶନ ସଂଶୋଧନ ଦାୟିତ୍ୱରେ ରହି ସାରା ବିଶ୍ଵ ଜଗତର ମଙ୍ଗଳ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରି ଆସିଛନ୍ତି । ତାଙ୍କରି ଗାରିମାକୁ ସମ୍ମାନ ଜଣାଇ ଭକ୍ତି ଭାବରେ ତାହାଙ୍କୁ ସମ୍ମାନୀତ କରାଯାଇଛି ।
