ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ : ମା’ ପିତାବଳୀ କ୍ଲବ ବିଜୟୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି । ଷଷ୍ଠ ଦିନର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ କ୍ରୀଡ଼ାବିତ ପୁରୁଷୋତ୍ତମ ନାୟକ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦୁଇ ଦଳର ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସଦର ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ, ଦେବବ୍ରତ ସିଂ ଦେଓ, ଏଲିଆସ ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ । ଷଷ୍ଠ ଦିନର ଖେଳରେ ମା’ ପିତାବଳୀ କ୍ଲବ ଦଳ ସହ ମୁଣ୍ଡାସାହି ଏଫ ସି ଦଳର ବହୁ ସଙ୍ଘର୍ଷ ମୟ ଖେଳରେ ଟାଇ ବ୍ରେକର୍ ଜରିଆରେ ୩-୨ ଗୋଲରେ ମା’ ପିତାବଳୀ କ୍ଲବ ଦଳ ଦିଜୟୀ ହୋଇଥିଲେ । ଏହି ଖେଳରେ ବାବୁ ଭାଇ, ତ୍ରିନାଥ ମଳିକ, ଦେବୀ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ । ଏଥିରେ ୧୨ଟି ଦଳ ଅଂଶ ଗ୍ରହଣ କରୁଥିବା ବେଳେ ଏହାର ଫାଇନାଲ ଖେଳ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ହୋଇ ବିଜେତାଙ୍କୁ ପ୍ୟାରେଡ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.