ଅଶାନ୍ତ ଗଞ୍ଜାମ ଜିଲ୍ଲା : ଦୁର୍ବୁତ୍ତଙ୍କ ଦ୍ଵାରା ପୁଣି ୩ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିଦିନ ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ବିବାଦ ସହ ହଣାମରା ଓ ଗୁଳିକାଣ୍ଡ ଘଟୁଛି, ବୋମା ଫୁଟୁଛି । ଯାହା ଫଳରେ ଅଶାନ୍ତ ହୋଇପଡ଼ିଛି, ସମଗ୍ର ଗଞ୍ଜାମ ଜିଲ୍ଲା । ଗତକାଲି ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗାଁରେ ଭାଗିରଥି ମହାନ୍ତି, ଗୋପାଳ ମହାନ୍ତି ଓ କାହୁଁ ମହାନ୍ତିଙ୍କୁ ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ । ବର୍ତ୍ତମାନ ବିଶାଖାପାଟନମ୍ ମେଡ଼ିକାଲରେ ଗୁରୁତ୍ତରଙ୍କ ଚିକିତ୍ସା ଜାରୀ ରହିଛି । ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ଏକାଧିକ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି, ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଅଦ୍ୟାବଧି ଜାରୀ ରହିଛି ।

jittmm
Leave A Reply

Your email address will not be published.