csstore

ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ନବାଗତ ବିଦ୍ୟାର୍ଥୀଙ୍କ ନିମନ୍ତେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ମହାବିଦ୍ୟାଳୟର ଅଧ୍ୟୟନରତ ବିଜ୍ଞାନ ଓ କଳା ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରାଜେନ୍ଦ୍ର ଦାସ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ପଣ୍ତିତ ନୀଳକଣ୍ଠ ଦାସଙ୍କ ଆଦର୍ଶ ଜୀବନୀ, ତାହାଙ୍କ ଜନପ୍ରିୟତା, ସମାଜସେବା ମନୋଭାବ କିପରି ଛାତ୍ରଛାତ୍ରୀଙ୍କୁ ଉଦବୃଦ୍ଧ କରିବ, ସେହି ଉଦ୍ଦେଶ୍ୟରେ ଏହି ଶିକ୍ଷାନୁଷ୍ଠାନ ଗଢ଼ି ତାଙ୍କରି ନାମରେ ଉତ୍ସର୍ଗୀକୃତ କରାଯାଇ ଥିବା ସଂପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଗଣ ମଧ୍ୟ ଏହି ମହାବିଦ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ଓ ଭୂମିକା ସମ୍ପର୍କରେ ପ୍ରତିପାଦନ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ସୂର୍ଯ୍ୟନାରାୟଣ ଡାକୁଆ ଧନ୍ୟବାଦ୍ ଜଣାଇଥିଲେ ।

jayashree
Leave A Reply

Your email address will not be published.