ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୁଗୁଡ଼ା-ବାଲିପଦର ମୁଖ୍ୟରାସ୍ତାରେ ବାଇକରୁ ଖସିପଡି ଜନୈକା ଅବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ ମହିଳା ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ହଂସରାଳି ଗ୍ରାମର ଆରତୀ ମହାରଣା (୪୨) । ଏ ନେଇ ବୁଗୁଡା ଥାନାରେ କେସ୍ କେସ ନଂ. ୪୭୦/୨୫ରେ ଏକ ମାମଲା ରୁଜୁ ହୋଇଥିବା ଏସ୍ଆଇ. ତେିଶ୍ରୀ ସାହୁଙ୍କଠାରୁ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ, ଆରତୀଙ୍କ ସ୍ୱାସ୍ଥ୍ୟ ଖରାପ ହେତୁ ଚିକିତ୍ସା ପାଇଁ ବ୍ରହ୍ମପୁର ଯାଇ ସେଠାରୁ ତାଙ୍କର ପୁତୁରା ବୁନା ମହାରଣାଙ୍କ ବାଇକରେ ବସି ବଡ ଭଉଣୀଙ୍କ ଘର ଭୋଗଡା ଗ୍ରାମକୁ ଆସୁଥିଲେ । ବାଲିପଦର-ବୁଗୁଡା ମୁଖ୍ୟ ରାସ୍ତାରେ ଆସୁଥିବା ବେଳେ ପଙ୍କଳବାଡି ଗାଁ ନିକଟରେ ବାଇକ୍ ଆଗକୁ କୁକୁରଟିଏ ଦୌଡି ଆସିବାରୁ ବୁନା ବ୍ରେକ୍ ମାରିଥିଲେ । ଏହି ସମୟରେ ପଛରେ ବସିଥିବା ଆରତୀ ଗାଡିରୁ ଖସି ପଡିଥିଲେ ଏବଂ ତାଙ୍କର ମୁଣ୍ଡ ରୋଡରେ ପିଟି ହୋଇଯିବା ଫଳରେ କାନପଟୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଏକ ଡାଲା ଅଟୋରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବଛେଦ ପାଇଁ ପଠାଇଥିବା ଜଣାଯାଇଛି ।
