ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଏବଂ ସିଆରସିସି ସମ୍ମିଳନୀ ବିଇଓ ଅଦନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୪୮ ଜଣ ପ୍ରଧାନ ଶିକ୍ଷକ ଏବଂ ସି ଆର ସି ସି ଯୋଗଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟାପକ ସସ୍ମିତା ସାହୁ ଯୋଗଦାନ କରି ଶିଶୁ ବାଟିକା ସହ ସମସ୍ତ ସରକାରୀ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ । ସମ୍ମାନିତ ଅତିଥି ନବୋଦୟ ବିଦ୍ୟାଳୟ ଉପାଧ୍ୟକ୍ଷ ଅରବିନ୍ଦ ପାତ୍ର ଆଗାମୀ ନବୋଦୟ ପ୍ରବେଶିକା ପରୀକ୍ଷାରେ ସର୍ବାଧିକ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବା ପାଇଁ ଜଣାଇଥିଲେ । ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ଅତ୍ୟାବଶ୍ୟକ ବିଲ୍ ଭାଉଚର୍ ବିଷୟରେ ସୂଚନା ଦେଇଥିଲେ । ବିଇଓ ବ୍ଲକର ସମସ୍ତକାର୍ଯ୍ୟ ସୂଚାରୁ ରୁପେ ସମ୍ପାଦାନ କରି ବ୍ଲକର ସୁନାମ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲ । ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post