ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ସେବାଶ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟେମରୀର ସହକାରୀ ଶିକ୍ଷକ ଡୋଳାମଣି ପ୍ରଧାନଙ୍କ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହୁଲପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାର୍ଚନ ଭୋଇ ମୁଖ୍ୟ ଅତିଥି ଓ ଟେମରୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମହେଶ୍ୱର ହରିପାଳ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ସର୍ବପ୍ରଥମେ ମା ସରସ୍ୱତୀ ଦେବୀଙ୍କ ପୂଜାର୍ଚ୍ଛନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବୁକୁରମୁଣ୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମହାନନ୍ଦ ସଭାକ ପରିଚାଳନା କରିଥିଲେ । ଉପସ୍ଥିତ ଅତିଥିଗଣ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନଙ୍କ ସରଳତା, ସମୟାନୁବର୍ତ୍ତିତା, କର୍ମତତ୍ପରତା, ସହିଷ୍ଣୁତା ଆଦି ଗୁଣର ଭୁରି ଭୁରି ପ୍ରସଂଶା କରଥିଲେ । ତାପରେ ବିଦାୟୀ ଶିକ୍ଷକଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା । ପରିଶେଷରେ ଖୁର୍ଷାପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳ ବାଗ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
