ବେଶ୍‌ ଚର୍ଚ୍ଚାରେ ବଲାଙ୍ଗିରର ଅବିନାଶ ଭରଦ୍ୱାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବେଶ୍‌ ଚ୍‌ର୍ଚ୍ଚାରେ ବଲାଙ୍ଗିରର ଜଣେ ଯୁବକ । ଯୁବକ ଜଣକ ବଲାଙ୍ଗିର ପ୍ୟାଲେସ୍‌ଲାଇନର ଅବିନାଶ ଭରଦ୍ୱାଜ । ଆପଣମାନେ ସମସ୍ତେ ଜାଣିଥିବେ ଯେ ଆମ ଦିମାଗ୍‌ରେ ପ୍ରତ୍ୟେକ ମିନିଟ୍‌ରେ, ପ୍ରତ୍ୟେକ ସେ କେର୍‌ର୍ଡରେ କିଛି ନା କିଛି ଚାଲିଥାଏ । ଆହୁରି ଯେ, ଦିନକୁ ଦିନ ଦୈନନ୍ଦିନ ଜୀବନ ଜଟିଳ ହେବାରେ ଲାଗିଛି । ଲୋକଙ୍କ ମଧ୍ୟରେ ମାନସିକ ଦୁଶ୍ଚିନ୍ତା, ଆତ୍ମହତ୍ୟା ପ୍ରବଣତା ବଢ଼ିବାରେ ଲାଗିଛି ଆଉ ଏହି ସବୁର ଚିହ୍ନଟ ଓ ନିରାକରଣ ପାଇଁ ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି ବଲାଙ୍ଗିରର ଯୁବକ ଅବିନାଶ ଭରଦ୍ୱାଜ । ଅବିନାଶ ଭରଦ୍ୱାଜ ଟେନ୍‌ସର୍ ମୋଡେଲ୍ ନାମକ ଏକ ଆପ୍ଲିକେସନ ନିର୍ମାଣ କରିଛନ୍ତି । ମୁଣ୍ଡରେ ଇଇଜି ହେଡ୍ ସ୍ୟାଟ୍ ଲଗାଇ ମସ୍ତିଷ୍କ ତରଙ୍ଗ ଯାଞ୍ଚ କରାଯାଇ ପାରୁଛି । ଯେଉଁଥୁରୁ ଟ୍ରେସ୍, ଆତ୍ମହତ୍ୟା ପ୍ରବଣତା, ଫୋବିଆ, ଅଟିଜିମ୍, ଶିଶୁବ ଶିଶୁଙ୍କ ବ୍ୟବହାର ଢାଞ୍ଚା ସହ ଲଣ୍ଡିଂ ଡିଜ୍‌ଅଡର୍ ଇତ୍ୟାଦି ଚିହ୍ନଟ କରାଯାଇପାରୁଛି । ମସ୍ତିଷ୍କ ତରଙ୍ଗ ଅଧ୍ୟୟନ ପରେ ରୋଗ ଚିହ୍ନଟ ହେବା ସହ ଆବଶ୍ୟକ ଥେରାପି ବ୍ୟବହାର କରାଯାଇ ମଣିଷକୁ ସୁସ୍ଥ ଅବସ୍ଥାକୁ ଅଣାଯାଇପାରି ବୋଲି ଅବିନାଶ ଦାବୀ କରିଛନ୍ତି । ଅବିନାଶ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରସ୍ତୁତ କରିଥିବା ଆପ୍ଲିକେସନ୍‌ରେ ବ୍ରେନ୍‌ ମ୍ୟାଫି ଡାଟା (ଭଚୁଆଲ୍ ବ୍ରେନ୍ ପ୍ରୋଜେକ୍ଟ ବାଏ ୟୁରୋପିଏନ୍ ୟୁନିଅନ୍), ନିଉରୋଲୋଜିକାଲ୍ ଡାଟା, ଇଣ୍ଟରନ୍ୟାସନାଲ୍ କ୍ଲାସିଫିକେସନ୍ ଅଫ୍ ଡିଜିଜେସ୍ ( ଆଇସିଡି ୧୦) ୧୦), ଡାଇଗ୍ଲୋଷ୍ଟିକ ଷ୍ଟାଟିଷ୍ଟିକାଲ୍ ମାନୁଆଲ୍ , ଇଣ୍ଟରନ୍ୟାସନାଲ୍ ଭର୍ଜନ୍ ଟେକ୍ସ ରି ରିଭାଇଜ୍ ଆଦି ବ୍ୟବହାର କରିଛନ୍ତି । ନ୍ୟୁରୋ ଫିଡ୍‌ବେକ୍ ପାଇଁ ଇଇଜି ହେଡ୍ ସ୍ୟାଟ୍ ମୁଣ୍ଡରେ ଲଗାଇ ମସ୍ତିଷ୍କର ତରଙ୍ଗ ମାପ କରାଯିବା ସହ ଏହାକୁ ଯାଞ୍ଚ କରାଯାଇ ପାରୁଛି । ଏହା ସହ ତାଙ୍କ ଆପ୍ଲିକେସନ୍ ଅପରାଧୀଙ୍କ ଲାଇଭ୍‌ ଡିଟେକ୍ସନ୍ ପାଇଁ ମଧ୍ୟ ବ୍ୟବ‌ହାର ହୋଇପାରିବ ବୋଲି ସେ କହିଛନ୍ତି ।

jittmm
Leave A Reply

Your email address will not be published.