ମୁରିବାହାଲ ରାମେଶ୍ଵରମ ବାବା ବୋଲବମ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଚଳିତ ବର୍ଷର ଶ୍ରାବଣ ପୂର୍ଣ୍ଣିମା ପାଇଁ ମୁରିବାହାଲର ରାମେଶ୍ଵରମ ବାବା ବୋଲବମ୍ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ଖଜୁରୀ ବନ୍ଧଠାରୁ ଆରମ୍ଭ କରି ରାଧାକୃଷ୍ଣ ଓ ଶିବ ମନ୍ଦିର ପର୍ଯ୍ୟନ୍ତ ଏହି କଳସ ଶୋଭାଯାତ୍ରା କରାଯାଇଥିଲା । ପୂଜକ ଟିକୁ ଥନାପତି ପୂଜାର୍ଚ୍ଚନା କରିଥିଲେ । ରାମେଶ୍ଵରମ ବାବା ବୋଲବମ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ଶ୍ରାବଣ ପୂର୍ଣ୍ଣିମା ପାଇଁ ସଂକଳ୍ପ କରିଥିଲେ । ଚଳିତ ବର୍ଷ ସମସ୍ତ ସଦସ୍ୟମାନଙ୍କୁ ନେଇ ଦ୍ୱାରିକା ଧାମ, ସୋମନାଥ ଜ୍ୟୋତିର୍ଲିଙ୍ଗ, ନାଗେଶ୍ଵର ଜ୍ୟୋତିର୍ଲିଙ୍ଗ, ଉଜ୍ଜୟନ୍ ଜ୍ୟୋତିର୍ଲିଙ୍ଗ, ଓମ୍ କାରେଶ୍ୱର୍ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାକୁ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି । କଳସ ଶୋଭାଯାତ୍ରା ବେଳେ କମିଟିର ସଭାପତି କରନ୍ ଜାଲ, ଉପସଭାପତି ଗଣେଶ ସାହୁ, ଉଦିତ କଟା, ରଞ୍ଜିତ ଆଚାରୀ, ସାଧାରଣ ସମ୍ପାଦକ ସୁଧାଂଶୁ ପୋଡ଼ ଯାଦବ, ନୀତେଶ ସାହୁ, ବାବୁଲି ରାଉତ, ସମ୍ପାଦକ ଅଜିତ ବାଗ, ଆକାଶ ପୋଡ଼, କୋଷାଧ୍ୟକ୍ଷ ଦିବ୍ୟସୁନ୍ଦର ସାହୁ, ରାଜ ନାଗ, କାର୍ଯ୍ୟକାରୀ ସଭାପତି ବିକି ମହାରଣା, ଚିନ୍ମୟ ଖର୍ସେଲ, ମୁଖ୍ୟ ପରାମର୍ଶଦାତା ବିଶ୍ଵ ବିହାରୀ ଯୋଶୀ, ଖଗେଶ୍ୱର ସାହୁ, ସୁଦାମ ସାହୁ, ପରାମର୍ଶଦାତା ବୃନ୍ଦ ବାବୁଲାଲ କେତକୀ, ଚତ୍ରୁ କେତକୀ, ଡମ୍ବରୁ ବାଗ, ସଦସ୍ୟ ବିରଞ୍ଚି ଭୋଇ, ଜନକ ଖର୍ସେଲ, ଲିକୁନ ସାହୁ, ଅଶୋକ ଆଚାରି, ରୋହନ ବନଛୋର, ବିନୁ ସାହୁ, ବିରେନ୍ଦ୍ର ଚନ୍ଦନ, ପ୍ରେମାନନ୍ଦ ମାଝୀ, ଦେବାନନ୍ଦ ଛୁରା, ତପନ କେତକୀ, ସଂଜେସ ବାଗ, ଦଳକୃଷ୍ଣ ବାଗ, ସାହିଲ ହାତୀ, ଦୀପକ ନାଗ, ରଞ୍ଜନ ବନଛୋର, ଧୀରୁ ନାଗଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.