ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ଗୁରୁ ପୂର୍ଣ୍ଣିମାର ଉଦ୍ଦେଶ୍ୟ କଥନ କରିଥିଲେ । ଦୁର୍ବାଦଳ ସାହୁ ଗୁରୁଜୀ ଗୁରୁ ପୂର୍ଣ୍ଣିମା ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ଶିଶୁ ମନ୍ଦିର ବିଭାଗରେ ରୋହିତ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ବ୍ୟାସ ପୂର୍ଣ୍ଣିମା ବିଷୟରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ମୁଦିରଥ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପିଙ୍କି ଗୁରୁମା ସଂଯୋଜନା କରିଥିଲାବେଳେ ରଞ୍ଜିତା ଗୁରୁମା ବୌଦ୍ଧିକ ପ୍ରଦାନ କରିଥିଲେ । ନରେନ୍ଦ୍ର କୁମ୍ଭାର ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବିଦ୍ୟାମନ୍ଦିର ପରିସରରେଏହି ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ଜନକ ଲାଲ ମେହେର ଦୀପ ପ୍ରଜ୍ୱଳନ ପୂର୍ବକ ଶିଶୁ ଭାଇ ଭଉଣୀମାନଙ୍କୁ କାହିଁକି ଗୁରୁ ପୂର୍ଣ୍ଣିମା ପାଳନ କରୁ ସେ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ମୁଖ୍ୟ ଅତିଥିଙ୍କ ପରିଚୟ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମମତା ଗଡ଼ତିଆ ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଦଣ୍ଡସନା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।