csstore

ମତ୍ସ୍ୟ ବିଭାଗ ତରଫରୁ ଜାତୀୟ ମତ୍ସ୍ୟ ଦିବସ ୨୦୨୫ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମତ୍ସ୍ୟ ଅଧିକାରୀ ବଲାଙ୍ଗିର କାର୍ଯ୍ୟାଳୟ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଜାତୀୟ ମତ୍ସ୍ୟ ଦିବସ ୨୦୨୫ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ମତ୍ସ୍ୟ ନିର୍ଦ୍ଦେଶକ କୁଟିଳ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଜୟଶ୍ରୀ ଛତ୍ରିଆ ସମ୍ମାନିତ ଅତିଥି ଭାବେ ଯୋଗଦାନ ଦେଇଥିଲେ । ସହକାରୀ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ତୃପ୍ତିମୟୀ ନେଗୀ ସଭା ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ବ୍ଲକରୁ ଆସିଥିବା ସଫଳ ମତ୍ସ୍ୟ ଚାଷୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଭିନ୍ନ ବ୍ଲକରୁ ଶତାଧିକ ମତ୍ସ୍ୟ ଚାଷୀ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.