- ନୃସିଂହନାଥ ସାମ୍ବାଦିକ ଭବନ ପାଇଁ ୫ଲକ୍ଷ ଅନୁଦାନ ଘୋଷଣା
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ସବଡ଼ିଭିଜନ ସାମ୍ବାଦିକ ସଂଘର ଏକ ବୈଠକ ନୃସିଂହନାଥ ପାନ୍ଥନିବାସରେ ସଂଘର ସଭାପତି ବଡ ଶତପଥିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତୀ ମୂଳକ କାମକରିବା ପାଇଁ ମୋତେ ଦିଗଦର୍ଶନ ଦେବାପାଇଁ ସାମ୍ବାଦିକ ମାନଙ୍କୁ କହିଥିଲେ । ସମ୍ମାନିତ ଅତିଥି ହୃଦାନନ୍ଦ ବାରିକ, ବିଜୟ ସ୍ୱାଇଁ, ଟାଇଲ ଭୋଇ ଯୋଗ ଦେଇ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ସାମ୍ବାଦିକମାନଙ୍କ କାର୍ଯ୍ୟକଳାପ ତଥା ସଂଘର ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସଂଘର ବରିଷ୍ଠ ସଭ୍ୟ ଡିଗ୍ରୀଧର ସାହୁ, ବିଷ୍ଣୁ ବାଜପେୟୀ, ସଂଘର ଏକତାକୁ ତଥା ସଂଘ ପରିଚାଳନା ଠିକ ଚାଲିଥିବାରୁ କର୍ମକର୍ତ୍ତାମାନଙ୍କୁ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ସଂଘର ସମ୍ପାଦକ ରମେଶ ବାରିକ, ଉପଦେଷ୍ଟା ସଭ୍ୟ ରତ୍ନମଣି ଶତପଥି ବିଧାୟିକା ବର୍ଷା ସିଂଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଉପସମ୍ପାଦକ ଗୌରାଙ୍ଗ ଦାଶ, ସୁରଥ ସାହୁ, ପ୍ରଦୀପ୍ତ ଦାଶ, ଧିରେନ ମହାନ୍ତି, ନିରୋଜ ପାଣି, ଦେବେନ୍ଦ୍ର ସାହୁ, ସୁଦାମ ପ୍ରଧାନ, କୁଞ୍ଜବିହାରୀ ସାହୁ, ମାନସ ନାୟକ, ମନୋହର ଦାଶ ପ୍ରମୁଖ ସାମ୍ବାଦିକ ମାନେ ଯୋଗଦେଇ ଥିଲେ । ଶେଷରେ ମନୋଜ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ବିଧାୟିକା ବହୁତ ସମୟ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏତଦ ବ୍ୟତୀତ ସାମ୍ବାଦିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କୁ ଅବଗତ କରିବେ ବୋଲି ଅନୁରୋଧ କରିଥିଲେ । ସୂଚନା ଯୋଗ୍ୟ ଯେ, ବିଧାୟିକା ଶ୍ରୀମତୀ ସିଂ ବରିହା ନୃସିଂହନାଥଠାରେ ସାମ୍ବାଦିକ ଭବନ ପାଇଁ ୫ ଲକ୍ଷ ଅନୁଦାନ କରିଥିଲେ । ପୁଣି ୫ଲକ୍ଷ ଦେବାକୁ ଘୋଷଣା କରିଥିଲେ ।