oom

ରାମ ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀ ଜୀଉ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ରାଜାଘର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଧ୍ୟାତ୍ମିକ ବାତାବରଣ ବେଶ୍ ଉଲ୍ଲସିତ କରିଛି । ସରସ ସୁନ୍ଦର ଭାବେ ପ୍ରତିଦିନ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ ବେଶ୍ ଧାରଣ ମଧ୍ୟ ଖୁବ୍ ଚିତ୍ତାକର୍ଷକ ଓ ଆକର୍ଷଣୀୟ ହୋଇପାରିଛି । ଯାହାକି ଦୈନିକ ନୀତିକାନ୍ତି ଏବଂ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଆଦି ସମ୍ପନ୍ନ ହୋଇଆସୁଛି । ଦୈନିକ ସନ୍ଧ୍ୟାରେ ଆୟୋଜିତ ଭଜନ ପରିବେଷଣରେ ଆସର ମେଳା ଖୁବ୍ ସରସମୟ କରି ଗଢ଼ି ଆଣିଛି । ଶ୍ରୀ ଜୀଉଙ୍କ ସନ୍ଧ୍ୟା ଆରତୀ ଏବଂ ଠାକୁରଙ୍କ ଦଶ ଅବତାର ବେଶ ଧାରଣ ନୀତି ଦର୍ଶନ କରି ଅଗଣିତ ଭକ୍ତଜନ ବିଭୂକୃପା ଲାଭ କରି ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ରାମ ଅବତାର ଓ ବଳଭଦ୍ର ସ୍ୱାମୀଙ୍କର ବଳରାମ ବେଶ ଦେଖି ଭକ୍ତଜନଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଛି । ଦୈନିକ ବେଶ ଧାରଣ ନୀତି ଭକ୍ତଙ୍କୁ ଭକ୍ତିଭାବା ବେଗରେ ଖୁବ୍ ଆନନ୍ଦ ଓ ଉତ୍ସାହ ଆଣିଦେଇଛି ।

jittmm
Leave A Reply

Your email address will not be published.