oom

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଂଚମ ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଜେକେୱାଇଏସ୍‌ କାଲସାଏପାଲି ୫-୧ ଗୋଲରେ ଭିକ୍ଟୋରିୟସ କ୍ଲବ କୁ ହରାଇଛି । ଅତିଥି ଭାବେ ପୂର୍ବତନ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଳାପ ବାଗ ଓ ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଯୋଗ ଦେଇଥିଲେ । ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚାସିନ ଥିଲେ । ଖେଳକୁ ଦେବାଶିଷ ବାଗ, ଜିତେନ୍ଦ୍ର ପାତ୍ର, ତ୍ରିନାଥ ଚନ୍ଦନ ଓ ଜିତୁ ଦଲାଇ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସରଗାଡ ଟ୍ରାଇବ୍ରେକର ସଡନ ଡେଥରେ କୁଶଙ୍ଗକୁ ହରାଇଛି । ମୁଖ୍ୟ ଅତିଥି ଭାବେ ଫୁଟବଲ ଏସୋସିଏସନ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଯୋଗ ଦେଇଥିଲେ । ଆଦିତ୍ୟ ପଟ୍ଟନାୟକ ଓ ସୁନିଲ ଚନ୍ଦ୍ର ବିଶ୍ୱାଲ ଉପସ୍ଥିତ ଥିଲେ । ଖେଳକୁ ବିକି ବିଶି, ସୁଧାଂଶୁ ସେଠ, ଉମେଶ ଭୋଇ ଓ ସଂଜିବ ମହାରଣା ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ଡଙ୍ଗାଘାଟ ଟ୍ରାଇବ୍ରେକର ୩-୨ ଗୋଲରେ ଲରମ୍ଭାକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ନରେଶ ଅଗ୍ରୱାଲ ଓ ବୃନ୍ଦାବନ ଧରୁଆ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମଂଚାସିନ ଥିଲେ । ଖେଳକୁ ପୁରୁଷୋତ୍ତମ ବୁଡେକ, ରାଜେନ୍ଦ୍ର ସେଠ, ମଣ୍ଟୁ ବେହେରା ଓ ବୈକୁଣ୍ଠ ଜେନା ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ସିହିନି ୩-୦ ଗୋଲରେ ମଣିଗାଁକୁ ହରାଇ ବିଜୟୀ ହେଲା । ଖେଳକୁ ମଳୟ ଘିଭେଲା, ରାଜେଶ ସ୍ୱାଇଁ, ପ୍ରୀତମ ନାଏକ, ମୋହନ ପ୍ରଧାନୀ ଓ ଧବଳେଶ୍ୱର ଦଳବେହେରା ପରିଚାଳନା କରିଥିଲେ । ୩ତାରିଖ ରାଇଜିଂ ଷ୍ଟାର ଟିଟିଲାଗଡ ବନାମ ଜୁରାବନ୍ଧ କେ.ସି.ୟୁ ମଧ୍ୟରେ ଖେଳ ହେବ । ଜରାସିଂହା ମିନି ଷ୍ଟାଡିୟମରେ ଜରାସିଂହା ୫-୦ ଗୋଲରେ ତୁଷୁରାକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବତନ ଖେଳାଳି ରାମ ପରଧିଆ ଓ ବିଏନ୍‌ଏଏ ସଂପାଦକ ରାଜ କିଶୋର ସେଠ ଯୋଗ ଦେଇଥିଲେ । ଖେଳକୁ କୁନ୍ତେ ମେହେର, ସତ୍ୟ ଦଣ୍ଡସେନା, ଡୋଳାମଣି ବଗର୍ତ୍ତି ଓ କୈଳାସ ଚନ୍ଦ୍ର କର୍ତ୍ତି ପରିଚାଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ଲୋଇସିଂହା ଏଏ ୧-୦ ଗୋଲରେ ଏଚ୍‌ଆରଡିଏ ଖଲିଆପାଲିକୁ ହରାଇ ବିଜୟୀ ହେଲା । ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜିତେନ୍ଦ୍ର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ପ୍ରଦୀପ ବଗର୍ତ୍ତି, ଅଞ୍ଜନ ବେସ୍ରା, ରୋଶନ ମେହେର, ଗୋପାଳ ପ୍ରଧାନ ଓ ବିଜୟ ରଣା ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଟାଲ ଇଲେଭେନ କଣ୍ଟାବାଞ୍ଜି ୩-୦ ଗୋଲରେ ବଡଗମଡାକୁ ହରାଇ ବିଜୟୀ ହେଲା । ଖେଳକୁ ଆଶିର୍ବାଦ ସା, ଗୌରହରି ପୁଟେଲ, ଡିସାମ୍ବର ଭୋଇ, ଦୁଷ୍ମନ୍ତ ସାହୁ, ସୁନିଶ ପ୍ରଧାନୀ ଓ ଦୁଷ୍ମନ୍ତ ବେହେରା ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ରିସନ କାଲସାଏପାଲି ଟ୍ରାଇବ୍ରେକର ୫-୪ ଗୋଲରେ ଜେଏସ୍‌ସି ଖଲିଆପାଲିକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ରାଜେନ୍ଦ୍ର କଲେଜ ଯୁକ୍ତଦୁଇ ଅଧ୍ୟକ୍ଷ ଆଲୋକ ମଙ୍ଗରାଜ ଓ ପୂର୍ବତନ ଖେଳାଳି ସୁବାଷ ସ୍ୱାଇଁ ଯୋଗ ଦେଇଥିଲେ । ଖେଳକୁ ଶୁଶାନ୍ତ ନାଗ, ସୁଦର୍ଶନ ସେଠ, ରାଜକୁମାର ପାଣିଗ୍ରାହୀ ଓ ରାଜେନ୍ଦ୍ର ଧରୁଆ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.