oom

ନୂତନ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଭାରତୀୟ ଜନତା ପାର୍ଟି ମଣ୍ଡଳର ନୂତନ ସଭାପତି ଭାବେ ଯତୀନ ସାହୁ (ଜିତୁ) ମନୋନୀତ ହୋଇଛନ୍ତି । ତେଣୁ କର୍ମୀମାନଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଜଣେ ଯୁବ ପ୍ରତିଭା, କର୍ମଠ ନୂତନ ଦାୟିତ୍ୱ ନେଇଥିବା ସଭାପତିଙ୍କ ତତ୍ତ୍ଵବଧାନରେ ପାର୍ଟି ସୁଦୃଢ ହେବ ବୋଲି ଆଶା ବାନ୍ଧିଛନ୍ତି । ମାନ୍ୟବର ସାଂସଦ ବରଗଡ଼ ପ୍ରଦୀପ ପୁରୋହିତ ନୂତନ ମଣ୍ଡଳ ସଭାପତିଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ମାଣ୍ଡୋସିଲ ଜିଲ୍ଲା ପରିଷଦ ସଦସ୍ୟା ତ୍ରିପୁରା ବରିହା, ସରସ୍ୱତୀ ସାହୁ, ପୂର୍ବତନ ପାଇକମାଳ ମଣ୍ଡଳ ସଭାପତି କୈଳାଶ ଦିଶ୍ରୀ, ଆଜମ ଖାଁ, ମଙ୍ଗନ ବରିହା, ରଜନୀକାନ୍ତ ସାହୁଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥାଇ ଅଭିନନ୍ଦନ ଜଣାଇଥିଲେ ।

jittmm
Leave A Reply

Your email address will not be published.