
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ରୋଡ ସ୍ଥିତ ବାଲାଜୀ ନରସିଂ କଲେଜରେ ୭୬ତମ ବନୋମହୋତ୍ସବ ପାଳିତ ହୋଇଯାଇଛି । କଲେଜର ନିର୍ଦ୍ଦେଶକ ଅଭିଳାଶ ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଡିଏଫ୍ଓ ଅଜିତ କୁମାର ବିଶି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଡ. ସୁରେଶ ଚନ୍ଦ୍ର ଷଡଙ୍ଗୀ ଏବଂ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ରୋଟାରିୟାନ ବିଷ୍ଣୁ ପ୍ରସାଦ କେଡିଆ ଯୋଗ ଦେଇଥିଲେ । ବିଭାଗୀୟ ମୁଖ୍ୟ ଦେବାଶିଷ ପାଣ୍ଡିଆ ତଥା ବାଳାଜୀ ଗୃପର ପରିଜାଳନା ନିର୍ଦ୍ଧେଶକ କୈଳାସ ଅଗ୍ରୱାଲ ମଧ୍ୟ ମଂଚାସିନ ଥିଲେ । ସଚେତନତା ସଭା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।