oom

ସାଂସ୍କୃତିକ ଭରାରେ ଛତ୍ରପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା ସମାହିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ଭରା ମଧ୍ୟରେ ଛତ୍ରପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା ଶୃଙ୍ଖଳିତ ଭାବେ ସମାହିତ ହୋଇଯାଇଛି । ସାଂସ୍କୃତିକ ଭରା ମଧ୍ୟରେ ଉତ୍ସଵ ମୁଖର ସହ ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରଥଯାତ୍ରା ଖୁବ୍ ଯାକଜମକ୍ ସମ୍ପନ୍ନ ହୋଇଯାଇଛି । ରଥ ପ୍ରତିଷ୍ଠା ହୋଇ ରୀତିନୀତିର ସହ ପ୍ରଥମେ ଦ୍ଵାରପାଳ, ପାର୍ଶ୍ଵ ଦେବଦେବୀଙ୍କର ଏବଂ ପରେ ଚତୃଦ୍ଧାମୂର୍ତ୍ତୀଙ୍କ ପହଣ୍ଡି ବିଜେ କରାଯାଇଥିଲା । ସିଂହଦ୍ଵାର ସମ୍ମୁଖରେ ଦଣ୍ଡାୟମାନ ଥିବା ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ ଠାକୁର ରଥ ଉପରେ ବିଜେ କରିଥିଲେ । ଛତ୍ରପୁର ସହରର ମୁଖ୍ୟ ସଡ଼କ ପଥରେ ଭକ୍ତଙ୍କ ଗହଣରେ ବିବିଧ ପଟୁଆରରେ ଯାଇ ମଝିବଜାର ଥିବା ଗୁଣ୍ଡିଚା ମନ୍ଦିରକୁ ଶ୍ରୀ ଜୀଉଙ୍କ ବିଜେ କରାଯାଇଥିଲା । ସେହିପରି ଛତ୍ରପୁର ସ୍ଥିତ ସୀତାରାମପଲ୍ଲୀ ଗ୍ରାମରୁ ରିକାପଲ୍ଲୀ ଅଭିମୁଖେ ଆସିଥିବା ପଣ୍ଡାରଥ ରିକାପଲ୍ଲୀସ୍ଥ ଆଡ଼ପ ଘରେ ବିଜେ କରିଥିବା ବେଳେ ଦାସୀରି ଜଗନ୍ନାଥ ମନ୍ଦିରର ରଥ ମଝି ବଜାର ଉପରକୁ ଥିବା ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି । ମୋଟାମୋଟି ଭାବେ ଛତ୍ରପୁର ସହରର ଶ୍ରୀଗୁଣ୍ଡିଚା ଯାତ୍ରା ଶୃଙ୍ଖଳିତ ଭାବେ ସମାହିତ ହୋଇଯାଇଛି । ଛତ୍ରପୁର ସହରର ଅବସ୍ଥାପିତ ଥିବା ତିନୋଟି ରଥ ସହରର ମୁଖ୍ୟସଡ଼କ ପଥରେ ଅବା ରଥଦାଣ୍ଡରେ ତିନି ରଥ ଦଣ୍ଡାୟମାନ ହୋଇ ରହି ସହରରେ ଶୋଭାବର୍ଦ୍ଧନ କରିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ସହର ଉପରେ ଆଲୋକପାତ କରିଆସୁଛି । ଆସନ୍ତା କାଲି ଅର୍ଥାତ୍ ଶନିବାର ଦିନଠାରୁ ଆଡ଼ପ ଘରେ ବିଜେ ଶ୍ରୀଜୀଉ ଙ୍କର ପାରମ୍ପରୀକ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଧାରଣ ଅନୁଷ୍ଠିତ ହେବ, ଏବଂ ପ୍ରଥମ ଦିବସରେ ଏଠାରେ ତିନି ଆଡ଼ପ ଘରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ମତ୍ସ୍ୟ ଅବତାର ଧାରଣ ହେବାର ବିଧି ରହିଛି । ପ୍ରତ୍ୟହ ସନ୍ଧ୍ୟାରେ ମଝିବଜାର ଥିବା ରାଜାଘରର ଗୁଣ୍ଡିଚା ମନ୍ଦିରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଉକ୍ତ ପରିବେଶରେ ଉତ୍ସବମୁଖରରେ ସମାହିତ ହେବ । ଅନ୍ୟ ଦୁଇଟି ଆଡ଼ପ ମଣ୍ଡପରେ ସନାତନ ଧର୍ମର ବିଭିନ୍ନ ପସରା ମେଲାଇ ଭକ୍ତିମୟ ପରିବେଶରେ ମୁଖରୀତ ହୋଇ ଉଠିବ ।

jittmm
Leave A Reply

Your email address will not be published.