
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ରରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଖବର ମିଳିଛି । ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ବେଳେ ଛାତରୁ ଖସି ପୀଡ଼ିତା ଗୁରୁତର ଆହତ ହୋଇଥିବା ଏକ ଅଦ୍ଭବନୀୟ ଘଟଣା ନାରୀକୁ ସମ୍ମାନ ମିଳିବା ବଦଳରେ ଅନ୍ୟ ଏକ ଲଜ୍ଜା ଜନକ ପରିସ୍ଥିତି ଦେଖାଦେଉଛି । ଏବେ ପୀଡ଼ିତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତା ଜଣକ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳର ବୋଲି କୁହାଯାଏ । ପୀଡ଼ିତା ମହିଳା ଜଣକ ଆନ୍ଧ୍ରରେ ଏକ ଖଇନି କମ୍ପାନୀରେ କାମ କରୁଥିଲେ ବୋଲି ଜଣାଯାଇଛି । ଡାକ୍ତର ନମୁନା ସଂଗ୍ରହ କରିଥିବା ବେଳେ ସେଠାରେ ଖବର ପାଇ ଗାଙ୍ଗପୁର ଥାନାର କୌଣସି ପୋଲିସ କର୍ମଚାରୀ କର୍ତ୍ତୃପକ୍ଷ ପହଞ୍ଚିନଥିବା ସୂଚନା ଏକ ପରିତାପର ବିଷୟ ବୋଲି କୁହାଯାଇଛି ।