
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିରରେ ଶୁକ୍ରବାର ପବିତ୍ର ରଥଯାତ୍ରା ଅବସରରେ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥିଲା । ତିନି ଠାକୁର ମାନଙ୍କୁ ବ୍ରାହ୍ମଣ ସମାଜର କର୍ମକର୍ତାମାନେ ନୂତନ ବସ୍ତ୍ର ପିନ୍ଧାଇ ବେଶ ଭୁଷା କରି ଫୁଲ ଚନ୍ଦନ ତୁଳସୀ ମାଳା ସହ ସୁନ୍ଦର ସାଜଶଯ୍ୟା କରିଥିଲେ । ପୂଜାପାଠ ନୈବେଦ୍ୟ ଅର୍ପଣ, ଆଳତି କରି ତିନି ଠାକୁରଙ୍କୁ ପହଣ୍ଡିରେ ରଥକୁ ଅଣାଯାଇଥିଲା । ବରଗଡ ସାଂସଦ ପ୍ରଦୀପ ପୁରୋହିତ ଛେରା ପହରା କରିଥିଲେ । ନୃସିଂହନାଥରୁ ଦୀର୍ଘ ୪ କିମି ରାସ୍ତାରେ ତିନି ଠାକୁରଙ୍କୁ ରଥରେ ବସାଇ ଭକ୍ତମାନେ ଟାଣି ଟାଣି କରାଯାଇଥିବା ବେଳେ ରାସ୍ତା ବାରମ୍ବାର ରଶି ଛିଡିବା ସହ ରଥ ଗଡିନଥିଲା । ବାଲକୋ ନିକଟରେ ୮ଟା୪୦ ମିନିଟରେ ଅଟକି ଯାଇଥିଲା । ଦେଢ କିମି ପହଣ୍ତି ହୋଇ ଗଲେ ମାଉସି ମା’ ମନ୍ଦିରକୁ ୯ଟାରେ ପାଇକମାଲ ସ୍ଥିତ ମାଉସି ମା’ ମନ୍ଦିରକୁ ଅଣାଯାଇଛି । ଅପରାହ୍ନରେ ବହୁ ସଂଖ୍ୟରେ ଭକ୍ତମାନେ ରଥଯାତ୍ରାରେ ଯୋଗ ଦେଇଥିଲେ । ନୃସିଂହନାଥରୁ ଅପରାହ୍ନ ୩ଟାରେ ବାହାରି ପାଇକମାଲକୁ ଦୁର୍ଗାପାଲି, ଦଣ୍ଡପାଟ ଓ ଜର୍ଜଗଡ଼, ନରସିଂହପଡା ଆଦି ଗ୍ରାମ ଦେଇ ରାସ୍ତା କଡମାନଙ୍କରେ ବିଭିନ୍ନ ଝୋଟି ଅଙ୍କାଯାଇ ପୁର୍ଣ୍ଣ କଳସରେ ପାଣି ରଖି ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ଓ ଶିଶୁମାନଙ୍କୁ ରଥ ଛୁଆଁ ଯାଉଥିଲା । ରାତ୍ର ୯ଟାରେ ତିନି ଠାକୁର ମାଉସୀ ମା’ ମନ୍ଦିର ବିଜେ ହୋଇଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତରଫରୁ ମଧୁର ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ପାଇଁ ଆଜି ନୃସିଂହନାଥଙ୍କ ମନ୍ଦିରରେ ସମସ୍ତ ପ୍ରକାର ନୀତିକାନ୍ତି ସମୟ ମୁତାବକ ସେବାୟତ ତଥା ଭକ୍ତଙ୍କର ଦ୍ୱାରା ସମ୍ପାଦନ କରା ଯାଇଥିଲା । ଏଥର ରଥଯାତ୍ରାରେ ବହୁତ ଭକ୍ତ ଏକତ୍ରିତ ହୋଇଥିବାବେଳେ ୫ଟି ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ । ପଦ୍ମପୁର ଏଡିଏମ କୁନାଲ ମୋତିରାମ ଚୌହାନ, ମନ୍ଦିର ଟ୍ରଷ୍ଟି ତଥା ପାଇକମାଳ ଏବିଡିଓ ଦେବାଶିଷ ସିହ୍ନା, ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ମନ୍ଦିର କୁଳ ପୁରୋହିତ ସୁନିଲ ପୁରୋହିତ, ମନ୍ଦିର ପୁଜକ ସେବାୟତ, ନୃସିଂହନାଥ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ମାନେ ଓ ଭକ୍ତମାନଙ୍କ ଉପସ୍ଥିତରେ ତିନି ଠାକୁରଙ୍କୁ ରଥକୁ ଆଣିଥିଲେ ।